ଓଡ଼ିଶା ଖବରନ୍ୟୁଜ୍

ସାମୁହିକ ଉନ୍ନତିକରଣ ସକାଶେ ସଚେତନତା ଶିବିର

ସାମୁହିକ ଉନ୍ନତିକରଣ ସକାଶେ ସଚେତନତା ଶିବିର

ବଲାଙ୍ଗୀର:-(ରିପୋର୍ଟ -ଅଭିନାଶ ବିଶ୍ୱାଳ )ଓଡ଼ିଆପାଲି ଗ୍ରାମରେ ଗ୍ରାମପଞ୍ଚାୟତ ଅଫିସ୍ ସଭା ଗୃହରେ ଗ୍ରାମବାସୀ ତଥା ପ୍ରାଣୀ ପାଳକ ମାନଙ୍କ ପାଇଁ ଗୋଚର ଜମି ର ଜବରଦଖଲ ଉଚ୍ଛେଦ ତଥା ସାମୁହିକ ଉନ୍ନତିକରଣ ସକାଶେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି।

ଉକ୍ତ ଶିବିର ରେ ଓଡ଼ିଆପାଲି ଗ୍ରାମର ଗ୍ରାମବାସୀ, ପ୍ରାଣୀ ପାଳକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା , ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ର କର୍ମକର୍ତ୍ତା , ବୁଦ୍ଧିଜୀବୀ ଏବଂ ଓଡ଼ିଆ ପାଲି ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ସୁବାସ ଛୁରା ଙ୍କ ଉପସ୍ଥିତି ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରୁ ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥୀ ଏବଂରାଜସ୍ବ ବିଭାଗ ରୁ ଖପ୍ରାଖୋଲ ତହସିଲଦାର ଶ୍ରୀ ଆଦିତ୍ୟ ପ୍ରସାଦ ମିଶ୍ର ଙ୍କ ମିଳିତ ନେତୃତ୍ୱ ରେ ଓଡ଼ିଆ ପାଲି ଗ୍ରାମର ଗୋଚର ଭୂମି କୁ ଜବରଦଖଲ ମୁକ୍ତ କରି ପ୍ରାଣୀ ପାଳକ ମାନଙ୍କ ପ୍ରାଣୀ ସମ୍ପଦ ପାଇଁ ଉପଯୋଗୀ କରିବା ସକାଶେ ସହମତି ଭିତ୍ତି ରେ ଆଗେଇ ଆସିବାକୁ ଏକ ସଚେତନତା ବାର୍ତ୍ତା ଦିଆ ଯାଇଛି।

ଏହି ସଭା ରେ ତହସିଲଦାର ଶ୍ରୀ ଆଦିତ୍ୟ ପ୍ରସାଦ ମିଶ୍ର ସବୁଜ ପାଚେରୀ ବିଷୟରେ ମତ ପ୍ରକାଶ କରିଥିଲେ ତଥା ଆଇନ୍ ର ବିଭିନ୍ନ ଦିଗ ଉପରେ ମଧ୍ୟ ଗ୍ରାମବାସୀଙ୍କୁ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥୀ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଗୋଚର ଜମିରେ ଘାସ ଚାଷ, ତଥା ପ୍ରାଣୀ ପାଳନ ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ଥିଲେ। ଉକ୍ତ ସଚେତନତା ଶିବିର କୁ ଧଣ୍ଡା ମୁଣ୍ଡା ଆର୍ ଆଇ ପରିଚାଳନା କରିଥିଲେ ।

Related posts

ଗ୍ରାମ ପଞ୍ଚାୟତରେ ପ୍ରତି ହିତାଧିକାରୀଙ୍କୁ ପଞ୍ଚାଇଲେ ପେନସନ

Odisha Halchal

ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

Odisha Halchal

ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଅଣ୍ଟା ଭିଡ଼ିଲା ଦାବିପତ୍ର

Odisha Halchal

Leave a Comment