ଓଡ଼ିଶା ଖବରନ୍ୟୁଜ୍

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ୪ଟା ସମୟରେ କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଶୈଳେଶ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି

। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related posts

ତିନି ଛୁଆଙ୍କୁ ଛାଡ଼ି ଚାଲିଗଲା ମାଆ

Odisha Halchal

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କ କଟୁରୀ ରେ ଆକ୍ରମଣ

Odisha Halchal

ଯୁବତୀଙ୍କ ହାଇ ଭୋଲ୍ଟେଜ ଡ୍ରାମା

Odisha Halchal

Leave a Comment