ଓଡ଼ିଶା ଖବରନ୍ୟୁଜ୍

ଅନୁଭବଙ୍କ ଘରେ ରହିବେ ବର୍ଷା

ଅନୁଭବଙ୍କ ଘରେ ରହିବେ ବର୍ଷା

ଅନୁଭବଙ୍କ ଘରେ ରହିବେ ବର୍ଷା,ଏସଡ଼ିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ରୋକ୍ ଲଗାଇଲେ କଟକ ଜିଲ୍ଲା ଜଜ୍ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରହିବେ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ପୁର୍ବରୁ ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ଭଡ଼ା ଘରେ ରହିବାକୁ ଏସଡ଼ିଜେଏମ୍ କୋର୍ଟରୁ ନିର୍ଦ୍ଦେଶ ଥିଲା ।

ହେଲେ ଆଜି ଏହି ମାମଲାର ପୁଣି ଥରେ ଶୁଣାଣୀ ହୋଇଛି । ଏସଡ଼ିଜେଏମ୍ ଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ପୁର୍ବରୁ ଏସଡ଼ିଜେଏମ୍ କୋର୍ଟ ବର୍ଷା ଅନୁଭବଙ୍କ ଘରେ ନରହିବା ସହିତ ଅନୁଭବ ଘରଭଡ଼ା ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ବର୍ତ୍ତମାନ ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜଜ୍ । ତେବେ ସୁଚନା ଅନୁସାରେ ଗତକାଲି ମଧ୍ୟ କୋର୍ଟରେ ପହଂଚିଥିଲେ ବର୍ଷା ।ଅନୁଭବ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରୁଥିବା ଦର୍ଶାଇ ଏକ ଆବେଦନ କରିଥିଲେ । ଅନ୍ୟ ପଟେ ଘରେ ଅସ୍‌ୁସ୍ଥ ବାପା ମା ଥିବା କାରଣରୁ ବର୍ଷା ଅନ୍ୟତ୍ର ରହିବାକୁ ନିବେଦନ କରିଥିଲେ ଅନୁଭବ ।

Related posts

ଗଳାକାଟୀ ଯୁବତୀଙ୍କୁ ହତ୍ୟା

Odisha Halchal

ପ୍ରବଳ ତାତି.. ୪୦ ଡିଗ୍ରୀ ଉପରେ ତାପମାତ୍ରା ବଞ୍ଚିବା ଅସମ୍ଭାଳ

Odisha Halchal

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

Odisha Halchal

Leave a Comment