ଓଡ଼ିଶା ଖବରନ୍ୟୁଜ୍

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

ଆଜି ନବରଙ୍ଗପୁର ସହରସ୍ଥିତ ଦଶରାପଦା ଠାରେ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ ସାମୁହିକ ଅଭ୍ୟାସ ଆୟୋଜନ କରାଯାଇଥିଲା l ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଧନ ଜୀବନ ନଷ୍ଟ ନ ହୁଏ ସେଥିପ୍ରତି ପ୍ରଶାସନ ସବୁବେଳେ ସଜାଗ ଥିବା ବେଳେ ଆବଶ୍ୟକ ସମୟରେ କିପରି ଓଡ୍ରାଫ ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ରେ ନିୟଜିତ ହୁଅନ୍ତି ତାହାର ଏକ ମୋକଡ୍ରିଲ ଆଜି ଅନୁଷ୍ଠିତ ହୋଇଯାଇଛି l

ଏହି ମୋକଡ୍ରିଲ କାର୍ଯ୍ୟକ୍ରମ କୁ କୋରାପୁଟ ର 7th ବାଟାଲିୟନ ଓଡ୍ରାଫ ୟୁନିଟ ସମ୍ପାଦନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ଯୋଗ ଦେବା ସହ ସାଧାରଣ ଜନତା ମଧ୍ୟ ଉପସ୍ଥିତ ରହି ଏହି ମୋକଡ୍ରିଲ ର ମଜା ଉଠାଇଥିଲେ l ବନ୍ୟା ବାତ୍ୟା ଭଳି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସରଞ୍ଜାମ ସହ ପ୍ରତିକୂଳ ପରିସ୍ଥିତିରେ ସାଧାରଣ ଜନତା ଙ୍କ ଧନ ଜୀବନ ରକ୍ଷା କରିବାରେ ଯେଉଁ ସବୁ ପଦକ୍ଷେପ ନିଆଯାଏ ସେ ସବୁ ର ଅଭ୍ୟାସ କରି ଦେଖାଇଥିଲେ ଯବାନ ମାନେ l

ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଗଛ ପଡ଼ିଥିବା ସ୍ଥାନ ରୁ ଲୋକଙ୍କୁ ସ୍ଥାନାନ୍ତର ଏ ସବୁ କାର୍ଯ୍ୟ ଅତି ଯତ୍ନ ସହକାରେ କିପରି କରା ଯାଏ ତାକୁ ଦେଖି ସାଧାରଣ ଜନତା ଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବା ସହ ସେମାନେ ମଧ୍ୟ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି l

Related posts

କଂଗ୍ରେସ ଓ ବିଜେପି ଦଳର ପ୍ରେସମିଟ ର ଜବାବ ରଖିଲା ବିଜେଡି

Odisha Halchal

ଘଟଣାକୁ ଯେତେ ସମୟ ବିତୁଛି ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି

Odisha Halchal

ଝୁଲନ୍ତା ଅବସ୍ଥାରେ ମୃତ ଦେହ

Odisha Halchal

Leave a Comment