ଓଡ଼ିଶା ଖବରନ୍ୟୁଜ୍

ଅଗ୍ନିପଥକୁ ବିରୋଧ କରି ୬୦କି.ମି ଦୌଡ଼ିଲେ ଯୁବକ

ଅଗ୍ନିପଥକୁ ବିରୋଧ କରି ୬୦କି.ମି ଦୌଡ଼ିଲେ ଯୁବକ

‘ଅଗ୍ନିପଥ’ର ନିଆଁ ଥମିବାର ନାଁ ଧରୁ ନାହିଁ। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଚାରିଆଡ଼େ ତୀବ୍ର ବିରୋଧ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାକୁ ବିରୋଧ କରଯାଇଛି। ଓଡ଼ିଶାରେ ଜଣେ ଯୁବକ ଶାନ୍ତିପୂର୍ଣ୍ଣ ଭାବରେ ଓ ଅଭିନବ ଉପାୟରେ ଏହାର ପ୍ରତିବାଦ କରିଛନ୍ତି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଜଣେ ଯୁବକ ୬୦ କିଲୋମିଟର ଦୌଡ଼ିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ସନ୍ତୋଷୀ ନଗରରେ। ଯୁବକ ଜଣଙ୍କ ହେଲେ ନରେଶ ବିଶ୍ୱାସ। ତାଙ୍କ ଘର ସନ୍ତୋଷୀ ନଗରରେ।

ଏହି ଯୋଜନାରେ ଚାକିରି କାଳକୁ ୪ ବର୍ଷ ପରିବର୍ତ୍ତେ ୧୫ ବର୍ଷ କରିବା ଦାବି ନେଇ ନରେଶ ନବରଙ୍ଗପୁର ସହରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପର୍ଯ୍ୟନ୍ତ ଦୌଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇଛନ୍ତି। ଏଥିସହ ‘ଅଗ୍ନିପଥ’ ଯୋଜନାକୁ ବିରୋଧ ପାଇଁ ହିଂସାର ବାଟ ନବାଛିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ନରେଶ ବିଶ୍ୱାସ କହିଛନ୍ତି, ‘ଅଗ୍ନିପଥ’ ଯୋଜନାକୁ ମୁଁ ବିରୋଧ କରୁଛି। ଏହି ଯୋଜନାରେ ଚାକିରି କାଳକୁ ୪ ବର୍ଷ ପରିବର୍ତ୍ତେ ୧୫ ବର୍ଷ କରାଯାଉ। ଏହାଦ୍ୱାରା ଆମ ଭଳି କିଛି ଯୁବକ ଉପକୃତ ହେବେ। ଅଗ୍ନିପଥକୁ ନେଇ ହିଂସା କାଣ୍ଡ କରାନ ଯାଉ। ଶାନ୍ତି ପୂର୍ଣ୍ଣ ଭାବରେ ଏହାକୁ ବିରୋଧ କରାଯାଉ। ମୁଁ ଇଣ୍ଡିଆନ ଆର୍ମିରେ ଦୁଇ ଥର ଇଣ୍ଟରଭ୍ୟୁ ଦେଇଛି। ତେବେ ବିଫଳ ହୋଇଛି।

Related posts

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

Odisha Halchal

ଯୁଦ୍ଧ ପାଇଁ ସେୟାର ବଜାରରେ ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସ

Odisha Halchal

ସ୍କୁଲରେ ଶିକ୍ଷକ ଆସୁନଥିବା ରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଧ ଶିକ୍ଷକ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର

Odisha Halchal

Leave a Comment