ଦେଶ ବିଦେଶନ୍ୟୁଜ୍

ପ୍ରଶଂସକଙ୍କୁ କନ୍ଦାଇ ଚାଲିଗଲେ କେକେ

ପ୍ରଶଂସକଙ୍କୁ କନ୍ଦାଇ ଚାଲିଗଲେ କେକେ

ପ୍ରସିଦ୍ଧ ବଲିଉଡ ଫିଲ୍ମର ଗାୟକ କେକେ ଓରଫ କୃଷ୍ଣ କୁମାର କୁନ୍ନଥ ଥିଲେ ସଂଗୀତ ଜଗତର ଅନ୍ୟତମ ବାଦ୍‌ଶାହା, ଯାହାଙ୍କର ମଙ୍ଗଳବାର ରାତିରେ କୋଲକାତାରେ ପରଲୋକ ହୋଇଯାଇଛି । ସେ ଏହି ଦୁନିଆରେ ନଥିଲେ, ମଧ୍ୟ ତାଙ୍କୁ ପ୍ରଶଂସକମାନେ ସବୁବେଳେ ମନେ ରଖିବେ । କେକେ କେବଳ ହିନ୍ଦୀ ଫିଲ୍ମରେ ଗୀତ ଗାଇନାହାନ୍ତି । ବରଂ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲାମ, ମରାଠୀ, ବଙ୍ଗଳା, ଆସାମୀ ଓ ଗୁଜରାଟୀ ଫିଲ୍ମର ଗୀତ ମଧ୍ୟ ଗାଇଛନ୍ତି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କେକେ ୧୯୬୮ ମସିହା ଅଗଷ୍ଟ ୨୩ରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କେରୋଡିମଲ କଲେଜରେ ପାଠ ପଢ଼ିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଥିଲେ । ଏହା ପରେ ଏକ ହୋଟେଲରେ ଚାକିରି କରିଥିଲେ । ୮ ମାସ ପରେ ସେ ଏହି ଚାକିରି ଛାଡ଼ି ଦେଇଥିଲେ । ସେ ୧୯୯୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ।

ବିବାହର ତିନି ବର୍ଷ ପରେ ଅର୍ଥାତ ୧୯୯୪ରେ ସେ ମୁମ୍ବାଇରେ ବସବାସ କଲେ । ନିଜ ସ୍ୱପ୍ନ ଖୋଜିବାକୁ ଆସିଥିବା କେକେ ନୂଆ ଜଗତକୁ ପହଞ୍ଚିବାକୁ ଉଦ୍ୟମ କଲେ । କେକେଙ୍କୁ ୧୯୯୪ରେ ୟୁଟିଭିର ଏକ ବିଜ୍ଞାପନରୁ ବ୍ରେକ ମିଳିଥିଲା ଏବଂ ଏହି ଠାରୁ ଆରମ୍ଭ ହେଲା ସଂଗୀତରେ କ୍ୟାରିୟର । କେକେଙ୍କ ମାଚିସର ଗୀତ ‘ଛୋଡ ଆଏ ହମ୍‌’ରୁ ବଲିଉଡରେ ବ୍ରେକ ମିଳିଥିଲା । ତା’ ପରଠାରୁ ସେ ଆଉ ପଛକୁ ଚାହିଁ ନଥିଲେ ।

କେକେଙ୍କ ଚର୍ଚ୍ଚିତ ଗୀତ କଥା ଯଦି କହିବା, ୟାରୋ ବହୁତ ଲୋକପ୍ରିୟତା ହାସଲ କରିଥିଲା । ସଲମାନ ଖାନ, ଅଜୟ ଦେବଗନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ହମ୍ ଦିଲ ଦେ ଚୁକେ ସନମର ଗୀତ ‘ତଡପ-ତଡପ କେ ଇସ ଦିଲ ସେ’, ବଚନା ଐ ହସୀନୋର ‘ଖୁଦା ଜାନେ’, କ୍ରାଇଟ୍‌ସର ‘ଜିନ୍ଦେଗୀ ଦୋ ପଲ୍ କି’, ଜନ୍ନତର ଗୀତ ‘ଜରା ସା’, ଗ୍ୟାଙ୍ଗଷ୍ଟରର ଗୀତ ‘ତୁ ହୀ ମେରୀ ଶବ ହ’, ଶାହରୁଖ ଖାନଙ୍କ ଫିଲ୍ମ ଓମ୍ ଶାନ୍ତି ଓମ୍‌ର ଗୀତ ‘ଆଖୋଁ ମେ ତେରୀ ଅଜବ ସୀ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଆହୁରି ଅନେକ ଲୋକପ୍ରିୟ ଗୀତ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ ।

ସୂଚନାଯୋଗ୍ୟ, କେକେ ୨ ଦିନିଆ ଗସ୍ତରେ କୋଲକାତାରେ ଏକ କଷ୍ଟର୍ନ କରିବାକୁ ଆସିଥିଲେ । କଷ୍ଟନ ପରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଲା । ସେଠାରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

Odisha Halchal

ରସିକିଆ ଡାକ୍ତର ଗିରଫ

Odisha Halchal

ମଦର ଟେରେସା ସଂଗଠନର ନିଆରା ପ୍ରୟାସ

Odisha Halchal

Leave a Comment