ଅପରାଧଓଡ଼ିଶା ଖବରନ୍ୟୁଜ୍

ଋଣ ବୋଝ ସହିପାରିଲେଣି ମା ଓ ପୁଅ, ଶେଷରେ କୀଟନାଶକ ପିଇ ଜୀବନ ହାରିଲେ

ଋଣ ବୋଝ ସହିପାରିଲେଣି ମା ଓ ପୁଅ, ଶେଷରେ କୀଟନାଶକ ପିଇ ଜୀବନ ହାରିଲେ

ଋଣ ବୋଝ ସହିପାରିଲେଣି ମା ଓ ପିଅ । ଶେଷରେ କୀଟନାଶକ ଖାଇ ଜୀବନ ହାରିଲେ ଉଭୟ ମା ଓ ପୁଅ । ଏଭଳି ଅଘଟଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇ ପେଣ୍ଠ ଗାଁରେ ।

ଆତ୍ମହତ୍ୟା କରିଥିବା ମା ହେଲେ ଜି.ରାଣୀ ଓ ପୁଅ ଜି.ଶ୍ୟାମ । ତେବେ ଉଭୟ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ରାଣୀ ଓ ଶ୍ୟାମ ମିଶିକ କୀଟନାଶକ ଖାଇ ଦେଇଥିଲେ ।

ପରେ ବିଳମ୍ବିତ ରାତିରେ ଜଣାପଡିଥିଲା । ପରେ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ମହିଳାଙ୍କ ପ୍ରଶ୍ନରେ ରାଗିଯାଇ ଦୁର୍ବ୍ୟବହାର କଲେ ତହସିଲ୍‌ଦାର୍‌, ଭିଡିଓ ଭାଇରାଲ୍‌

Odisha Halchal

ବିବାହ ବାର୍ଷିକୀରେ ବିଗ୍‌ ବି ସେୟାର କଲେ ପୁରୁଣା ଦିନର ଫଟୋ

Odisha Halchal

ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ

Odisha Halchal

Leave a Comment