ଅପରାଧଓଡ଼ିଶା ଖବରନ୍ୟୁଜ୍

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଠାରୁ ଲୁଟ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗୋଳେଇ ଛକ ନିକଟରେ ଲୁଟ ହୋଇଛି । ଗାଡିର ଡିକି ଖୋଲି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଛନ୍ତି ଦୁବୃର୍ତ୍ତ ।

ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ବ୍ୟବସାୟୀ ରୋସନ ମେହେର କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟବ୍ରାଞ୍ଚରୁ ଟଙ୍କା ଉଠାଇ ସ୍କୁଟିରେ ନିଜ ଘର ଭାଲୁମୁଣ୍ଡା ବାହାରିଥିଲେ । ବଙ୍ଗୋମୁଣ୍ଡା ଗୋଲେଇ ଛକରେ ରାସ୍ତା ଉପରେ ଗାଡି ରଖି ମେଡିସିନ ଦୋକାନକୁ ଯାଇଥିଲେ ।

ଏହି ସମୟରେ ୨ ଜଣ ଲୁଟେରା ସ୍କୁଟିର ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପରେ ରୋସନ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମେଡିସିନ ଦୋକାନରେ ଲାଗିଥିବା ସିସିଟିଭଇ ଫୁଟେଜରେ ଲୁଟର ଦୃଶ୍ୟ ମଧ୍ୟ କଏଦ ହୋଇଛି ।

Related posts

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

Odisha Halchal

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

ବାଇକ ଓ ଟ୍ରକ ଧକାରେ ଶିକ୍ଷକ ଗୁରୁତର ଓ ମୃତ୍ୟୁ

Odisha Halchal

Leave a Comment