ଦେଶ ବିଦେଶନ୍ୟୁଜ୍

ଟ୍ରୁକଲର୍ ୟୁଜର୍ସଙ୍କୁ ବଡ ଝଟ୍‌କା, ଏବେ ଆପ୍‌ରୁ ବନ୍ଦ ହୋଇଯିବ ଏହି ଫିଚର୍

ଟ୍ରୁକଲର୍ ୟୁଜର୍ସଙ୍କୁ ବଡ ଝଟ୍‌କା, ଏବେ ଆପ୍‌ରୁ ବନ୍ଦ ହୋଇଯିବ ଏହି ଫିଚର୍

ଲୋକପ୍ରିୟ କଲର୍ ଆଇଣ୍ଡେଣ୍ଟିଫିକେଶନ ଆପ୍ ଟ୍ରୁକଲର୍ (Truecaller) ନିକଟରେ ଏକ ବଡ ଘୋଷଣା କରିଛି । ଘୋଷଣା ଅନୁଯାୟୀ, ଏହି ଆପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଫିଚର୍ ବନ୍ଦ ହେବାକୁ ଯାଉଛି । ଟ୍ରୁକଲର୍ କହିଛି ଯେ, ଆଗାମୀ ମାସରେ ୟୁଜର୍ସ ଆପ୍‌ରୁ ଭଏସ୍ କଲ୍‌କୁ ରେକର୍ଡିଂ କରିପାରିବେ ନାହିଁ ।

ଟ୍ରୁକଲର୍‌ର ଘୋଷଣା ଅନୁଯାୟୀ ମେ’ରୁ ଏହାର ୟୁଜର୍ସ ଆପ୍ ଜରିଆରେ ଭଏସ୍ କଲ୍ ରେକର୍ଡିଂ କରିପାରିବେନାହିଁ । ଏପର୍ଯ୍ୟନ୍ତ କଲ୍ ରେକର୍ଡିଂ ଫିଚର ସମସ୍ତଙ୍କ ପାଇଁ ମାଗଣା ଥିଲା । ମାତ୍ର ଏବେ ଏହି ଫିଚରକୁ ଆପ୍‌ରୁ ସମ୍ପୂର୍ଣ୍ଣ ଭାବେ ହଟାଇଦିଆଯିବ ।

ଗୁଗଲର ନୂଆ ପ୍ଲେଷ୍ଟୋର ପଲିସି ଅନୁଯାୟୀ ଟ୍ରୁକଲର୍ ଏଭଳି ପଦକ୍ଷେପ ନେଇଛି । ଏହି ପଲିସି ଅନୁସାରେ ରିମୋଟ୍ କଲ୍ ଅଡିଓ ରେକର୍ଡିଂ ପାଇଁ ଆକ୍ସେସିବିଲିଟି APIକୁ ଅନୁରୋଧ କରାଯାଇପାରିବ ନାହିଁ । ଅର୍ଥାତ୍ ଆପ୍‌କୁ କଲ୍ ରେକର୍ଡିଂ ପାଇଁ ଅନୁମତି ମିଳିବ ନାହିଁ ।

ଟ୍ରୁକଲର୍ ଏବଂ ଅନ୍ୟାନ୍ୟ ଆପ୍‌ରୁ ଏହି ଫିଚର ହଟାଇବା ପରେ କଲ୍ ରେକର୍ଡ କରିବା ସମ୍ଭବପର ହେବ । ଯଦି ଆପଣ ଏମିତି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ଯାହାର କଲ୍ ରେକର୍ଡ କରିବା ପାଇଁ ପୂର୍ବରୁ ଫିଚର ଅଛି ତେବେ ଆପଣ ଏହି ନୂଆ ପଲିସି ଲାଗୁହେବା ପରେ ଏହି ଫିଚର ବ୍ୟବହାର କରିପାରିବେ । ଏହା କେବଳ ଥାର୍ଡ ପାର୍ଟି ଆପ୍ ପାଇଁ ପ୍ରଜୁଯ୍ୟ ।

Related posts

କପି ରୋକିବାରୁ ମାଡ଼ ମାରିଥିଲେ ଦୁର୍ବୃତ୍ତ

Odisha Halchal

ନରଗାଙ୍ଗ କାଜୁ ଜଙ୍ଗଲରେ ନିଆଁ

Odisha Halchal

ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗ, ମିଳିଲା ସନ୍ଧାନ

Odisha Halchal

Leave a Comment