ଓଡ଼ିଶା ଖବରନ୍ୟୁଜ୍

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ ନିଶାନ୍ତ କୁମାର। ତାଙ୍କ ଘର ହରିଆଣାରେ।

ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ଜାଣି ନାହାନ୍ତି।

ନିଶାନ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ଏହା ଏକ ଦୁର୍ଘଟଣା ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନି। ତେବେ ନିଶାନ୍ତଙ୍କୁ ରାଗିଂ କରାଯାଉଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନିଶାନ୍ତଙ୍କ ମାମୁ କହିଛନ୍ତି ଯେ ତାଙ୍କୁ ରାଗିଂ କରାଯାଉଥିଲା। ଏନେଇ ସେ ୪ ଦିନ ହେଲା ଘରକୁ ଫୋନ୍ କରି କହୁଥିଲେ। ତାଙ୍କ ଉପରେ ଅନ୍ୟ କୌଣସି ପ୍ରକାର ବ୍ୟକ୍ତିଗତ ଚାପ ନଥିଲା।ଅନ୍ୟପକ୍ଷରେ ରାଗିଂ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related posts

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Odisha Halchal

ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

Odisha Halchal

ଫାଇନାଲରେ ଶ୍ରୀହରି, ସ୍ୱର୍ଣ୍ଣ ପଦକ ଆଶା

Odisha Halchal

Leave a Comment