ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବ୍ୟବସାୟ

ମୂଲ୍ୟ ବୃଦ୍ଧି କଲେ ହିନ୍ଦୁସ୍ତାନ ୟୁନିଲିଭର, ଗୋଟିଏ ଝଟକାରେ ୨୦% ମହଙ୍ଗା ହୋଇଗଲା ସାବୁନ ଓ ଡିଟର୍ଜେଣ୍ଟ

ପୁଣି ପଡିଲା ମହଙ୍ଗା ମାଡ! ଗୋଟିଏ ଝଟକାରେ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ନିଜ ଏଫଏମସିଜି ଉତ୍ପାଦ ମୂଲ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସିଲିଣ୍ଡର ପରେ ଏବେ ସାବୁନ ଓ ସର୍ଫ ମଧ୍ୟ ମହଙ୍ଗା ହୋଇ ଯାଇଛି। ଲଗାତାର ହେଉଥିବା ମୂଲ୍ୟବୃଦ୍ଧିରେ ଏଚୟୁଏଲ ସାବୁନ ସର୍ଫ ଦର ବଢେଇ ଦେଇଛନ୍ତି। ଫଳରେ ହ୍ୱିଲ, ରିନ, ଲାଇଫବୟ ସମେତ ଅନେକ ପ୍ରକାରର ସାବୁନ ମୂଲ୍ୟ ବଢ଼ି ଯାଇଛି।

କଞ୍ଚାମାଲ ମୂଲ୍ୟ ଲଗାତାର ବଢ଼ିବା ସାବୁନ ଓ ଡିଟର୍ଜେଣ୍ଟ ମହଙ୍ଗା ହୋଇଥିବା କମ୍ପାନୀ କହିଛି। ଇନପୁଟ କଷ୍ଟରେ ହେଉଥିବା ବୃଦ୍ଧି ଯୋଗୁ ଗତବର୍ଷ ମଧ୍ୟ ସାବୁନ ଓ ସର୍ଫ ମୂଲ୍ୟ ବଢ଼ିଥିଲା ବୋଲି କମ୍ପାନୀ କହିଛନ୍ତି। ଡୋଭ ଓ ପିୟର୍ସ ୧୨୫ ଗ୍ରାମ ପ୍ରତି ୟୁନିଟ ପିଛା ମୂଲ୍ୟରେ ୧୦ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ଲାଇଫବୟ ୪ଟି ସାବୁନର ଗୋଟିଏ ବଣ୍ଡଲ ୧୨୪ଟଙ୍କାରୁ ୧୩୬ ଟଙ୍କା ହୋଇଯାଇଛି। ହ୍ୱିଲ ଡିଟରଜେଣ୍ଟ ୫୦୦ ଗ୍ରାମ ଓ ୧ କେଜି ପ୍ୟାକ୍ ମୂଲ୍ୟ ୩୩ ଓ ୬୫ ଟଙ୍କା ହୋଇଯାଇଛି।

ସେହିପରି କମ୍ପାନୀ ଭୀମ ଲିକ୍ୟୁଡି ୫୦୦ ଗ୍ରାମ ପାଉଚ ମୂଲ୍ୟ ୯୯ ଟଙ୍କାରୁ ୧୦୪ ଟଙ୍କା କରିଦେଇଛନ୍ତି। କଞ୍ଚାମାଲ ମୂଲ୍ୟରେ ଲଗାତାର ବୃଦ୍ଧି କମ୍ପାନୀକୁ ମୂଲ୍ୟ ବୃଦ୍ଧି ଲାଗି ବାଧ୍ୟ କରିଥିବା କୁହାଯାଇଛି। ଏହି ବାହାନାରେ କମ୍ପାନୀ ୨୦୨୨ ପୂର୍ବରୁ ମଧ୍ୟ ଉତ୍ପାଦର ମୂଲ୍ୟବୃଦ୍ଧି କରିଥିଲେ। ଫଳରେ ପାଉଡର ଠାରୁ ଆରମ୍ବ କରି ଡିଟରଜେଣ୍ଟ, ସାବୁନ ଓ ସାମ୍ପୋ ଦର ବଢ଼ି ଯାଇଥିଲା।

Related posts

ଅନାଥ ହେଲେ ତିନି କଅଁଳ ଶିଶୁ

Odisha Halchal

ଆରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା

Odisha Halchal

ଭାରତ, ବ୍ରିଟେନ୍ ସହାୟତାରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧବିମାନ

Odisha Halchal

Leave a Comment