ଦେଶ ବିଦେଶମନୋରଞ୍ଜନ

ରଣବୀର-ଆଲିଆଙ୍କ ବିବାହକୁ ଜଗିବେ ୨୦୦ ବାଉନ୍‌ସର

ରଣବୀର-ଆଲିଆଙ୍କ ବିବାହକୁ ଜଗିବେ ୨୦୦ ବାଉନ୍‌ସର

ପାଖେଇ ଆସିଲାଣି ବିବାହ ତାରିଖ। ଆସିଗଲାଣି ଡିଜାଇନ୍‌ର ଲେହେଙ୍ଗା। ସେପଟେ ବରର ସେରୱାନି ବି ରେଡ୍ଡି ତ ଆଲିଆଙ୍କ ଲେହେଙ୍ଗା ବି ପ୍ରସ୍ତୁତ । ଖୁବ୍‌ଶୀଘ୍ର ବର ସାଜିବେ ଅଭିନେତା ରଣବୀର କପୁର। ଆଉ ତାଙ୍କ ନବବଧୂ ସାଜିବେ ଆଲିଆ ଭଟ୍ଟ। ହାତକୁ ଦି ହାତ ହେବେ ଏହି ଲଭ୍‌ ବାର୍ଡ। ଦୀର୍ଘ ଦିନର ଅପେକ୍ଷା ପରେ ସାତ ଫେରା ନେବେ ଆଲିଆ-ରଣବୀର। ଏନେଇ ବି-ଟାଉନ୍‌ରେ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି।

କପୁର ହାଉସ ଓ ଭଟ୍ଟ ହାଉସରେ ମଧ୍ୟ ବିବାହକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଲୋକ ମାଳାରେ ଝଲସୁଛି ଆର୍‌କେ ଷ୍ଟୁଡିଓ। ଚାରିଆଡେ ଲାଇଟ୍‌ ହିଁ ଲାଇଟ୍‌ରେ ସାଜଇ ଦିଆଯାଇଛି। କଥିତ ରୂପେ କୁହାଯାଉଛି ଏଇ ସପ୍ତାହ ଅର୍ଥାତ୍‌ ୧୪ରୁ ୧୭ ତାରିଖ ମଧ୍ୟରେ ଆଲିଆ-ରଣବୀରଙ୍କ ପଡିବ ହାତ ଗଣ୍ଠି। ବି-ଟାଉନ୍‌ର ଏହି ଗ୍ରାଣ୍ଡ ବିବାହକୁ ଜଗିବେ ୨୦୦ ବାଉନ୍ସର୍‌। ୟୁସୁଫ ଭାଇଙ୍କୁ ଆଲିଆ ଓ ରଣବୀରଙ୍କ ବିବାହ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଏଜେନ୍ସିରୁ ପ୍ରାୟ ୨୦୦ ବାଉନ୍ସରଙ୍କୁ ଡକାଯାଇଛି ଏନେଇ ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ଖୁଲାସା କରି କହିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଟିମ୍‌ରୁ ମଧ୍ୟ ୧୦ଜଣ ଯିବେ ବୋଲି ସେ କହିଛନ୍ତି। ଏହି ବାଉନ୍ସରମାନେ ଆର୍‌କେ ଷ୍ଟୁଡିଓ ଓ ବାସ୍ତୁ ହାଉସ୍‌ରେ ସୁରକ୍ଷା ଦେବେ।

ହେଲେ ଏ ବିଷୟରେ ଆଲିଆଙ୍କ ଭାଇର ରାହୁଲ୍‌ କହିଛନ୍ତି କି- ସେ ଏହି ବିବାହରେ ବାଉସନର ହେବେ । କାରଣ ତାଙ୍କ ନାଚ ଗୀତ ଆସେ ନାହିଁ । ସେ ସିଧାସିଧା କନଫର୍ମ କରି କହିଛନ୍ତି କି -ହଁ ବିାହ ହେଉଛି ମୋତେ ମଧ୍ୟ ଏହି ବିବାହରେ ଡକା ଯାଇଛି। ସମବୁ କାର୍ଯ୍ୟକ୍ରମରେ ରହିବି । ହେଲେ ମୁଁ ୱେଡିଂରେ ବାଉନସର ଭାବରେ ନଜର ଆସିବି । କାହିଁକି ନା ମୁଁ ପେଶାରେ ଜଣେ ଜିମ୍‌ ଇନ୍‌ଷ୍ଟ୍ରକ୍ଟର। ସବୁଠୁ ବଡ କଥା ହେଉଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଏଯାଏଁ ଅଫିସିଆଲ୍‌ ଘୋଷଣା ହୋଇନାହିଁ। ଦୁହେଁ ନିଜ ବିବାହକୁ ନେଇ ଚୁପ୍‌ ରହିଛନ୍ତି।

Related posts

ଲୋକପ୍ରିୟ ସିଙ୍ଗର୍‌ ଜାନି ଜୋହାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

Odisha Halchal

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

Odisha Halchal

ପରଲୋକରେ ହଲିଉଡ୍‌ ସିଙ୍ଗର ଲୋରେଟା ଲିନ୍‌

Odisha Halchal

Leave a Comment