ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

RBI ମୁଦ୍ରାନୀତି ଘୋଷଣା: କମିବ ନାହିଁ EMI, ରେପୋ ଓ ରିଭର୍ସ ରେପୋ ରେଟ୍

RBI ମୁଦ୍ରାନୀତି ଘୋଷଣା କମିବ ନାହିଁ EMI, ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଟ୍ କୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭ ଦଶମିକ ୨ ପ୍ରତିଶତରେ ରହିବ ବୋଲି ପୂର୍ବାନୁମାନ କରାଯାଉଛି। ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ୭ ଦଶମିକ ୮ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା ।

ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦେଶର ଅର୍ଥନୀତି ସୁଧୁରୁଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି। ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ EMI ଶସ୍ତା ହେବ ନାହିଁ । ଏହାଦ୍ବାରା EMI ଦେଉଥିବା ବ୍ୟକ୍ତିଙ୍କୁ କୌଣସି ଆଶ୍ବସ୍ତି ମିଳିବ ନାହିଁ।

Related posts

ଝିଆରିକୁ ପ୍ରେମ ଜାଲରେ ପକାଇଲା ବିବାହିତ କାକା

Odisha Halchal

ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଅର୍ଦ୍ଧ ଦଗ୍ଧ ମୃତଦେହ

Odisha Halchal

ନାଏବ ସରପଞ୍ଚ ନିର୍ବାଚନରେ ହିଂସା

Odisha Halchal

Leave a Comment