ଦେଶ ବିଦେଶନ୍ୟୁଜ୍

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ତେବେ ଋଷ ପେଟ୍ରୋଲ ଓ ଗ୍ୟାସ୍ ଉପରେ ଲାଗିଥିବା କଡା ପ୍ରତିବନ୍ଧକ ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ରୋକିବାକୁ ବାଧ୍ୟ କରିବ । ମାସକ ମଧ୍ୟରେ ଯୁଦ୍ଧ ଥମିଯିବ ବୋଲି କହିଛନ୍ତି ପୁଟିନଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ।

ପୁଟିନଙ୍କ ପୂର୍ବତନ ଆର୍ଥିକ ପରାମର୍ଶଦାତା ଆଣ୍ଡ୍ରେଇ ଇଲାରିଓନୋଭ୍ କହିଛନ୍ତି ଯେ, ଋଷିଆରୁ ବିଦେଶକୁ ରପ୍ତାନୀ ହେଉଥିବା ପେଚ୍ରୋଲ ଓ ଗ୍ୟାସ୍ ଉପରେ କଡା କଟକଣା ଲାଗୁ ହେବା ଦରକାର । ଏପରି ହେଲେ ମାସେ ଭିତରେ ଯୁଦ୍ଧ ବନ୍ଦ ହୋଇଯିବ । ଏପରି କେବଳ ପଶ୍ଚିମ ଦେଶମାନେ କରିପାରିବେ ।

ସେ ଆହୁରି କହିଛନ୍ତି ଯେ, ଏବେ ପଶ୍ଚିମ ଦେଶମାନେ କେବଳ ବ୍ୟାନ୍ କରିବେ ବୋଲି ଧମକ ଦେଉଛନ୍ତି । ଯାହା ସେତେଟା ଫଳପ୍ରଦ ନୁହେଁ । ଏହାକୁ ପୁଟିନ ଗୁରୁତର ସହକାରେ ନେଉ ନାହାଁନ୍ତି ।

ସୂଚନାଯୋଗ୍ୟ, ଅନେକ ୟୁରୋପୀୟ ଦେଶ ନିଜ ଚାହିଦାର ୪୦ ପ୍ରତିଶତ ପେଟ୍ରୋଲ ଓ ଗ୍ୟାସ ଋଷଠୁ ଆଣିଥାନ୍ତି । କଟକଣା ସତ୍ତ୍ୱେ କିଛି ଦେଶ ଆମାଦାନୀ କରିବାରେ ପଛଘୁଞ୍ଚା ଦେଇ ନାହାଁନ୍ତି । ଏହାସହ ସେମାନେ ପରୋକ୍ଷରେ ଋଷ ଓ ପୁଟିନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

Related posts

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

Odisha Halchal

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

Odisha Halchal

ତାମିଲକୁ ମିଳୁ ହିନ୍ଦୀ ସମାନ ଅଧିକାର, ମୁଖ୍ୟମନ୍ତ୍ରୀ ଷ୍ଟାଲିନ

Odisha Halchal

Leave a Comment