ଅପରାଧଓଡ଼ିଶା ଖବରନ୍ୟୁଜ୍

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

ବଲାଙ୍ଗୀରରେ ବୀଭତ୍ସ ହତ୍ୟା । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡା ଗାଁରେ ଡବଲ ମର୍ଡର । ଘର ଭିତରେ ଶାଶୁ, ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି । କିଏ, କାହିଁକି ହତ୍ୟା କଲା ସେନେଇ କାରଣ ଜଣାପଡିନାହିଁ ।

ତେବେ ଶାଶୂ, ବୋହୂ ଉଭୟଙ୍କୁ ଧାରିଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଅମ୍ବିକା ମେହେର ଓ ପ୍ରେମଶିଳା ମେହେର ।

ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ସେପଟେ ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Related posts

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

Odisha Halchal

ନିଖୋଜ ବ୍ୟକ୍ତିକୁ ଖୋଜୁଛି ଅଗ୍ନିଶମ ବିଭାଗ

Odisha Halchal

ବିଦେଶୀ ମାନଙ୍କୁ ସହର ଛାଡିବାକୁ ପାଞ୍ଚ ଘଣ୍ଟା ଯୁଦ୍ଧ ବିରାମ ଘୋଷଣା କଲା ଋଷ

Odisha Halchal

Leave a Comment