ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶ

ବ୍ଲଡ୍‌ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ ଏହି ୫ଟି ଜିନିଷ, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ୍

ବର୍ତ୍ତମାନ ଯୁଗରେ ଉଚ୍ଚ ରକ୍ତଚାପ କିମ୍ବା ହାଇପରଟେନସନ୍‌ର ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ଉଚ୍ଚ ରକ୍ତଚାପ ଯୋଗୁଁ ଶରୀରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏଥିପାଇଁ ରକ୍ତଚାପର ସମସ୍ୟା ହେଲେ ହୃଦଘାତ, ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବଢିଥାଏ। ଏହା ସତ୍ତ୍ବେ ଏକ ସୁସ୍ଥ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଗ୍ରହଣ କରିବା ସହ ଜଣେ ବ୍ୟକ୍ତି ନିଜର ରକ୍ତଚାପକୁ ନିୟନ୍ତ୍ରଣରେ ରଖିପାରେ। ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଜିନିଷକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ତାହା ବିଷୟରେ ଚାଲନ୍ତୁ ଜାଣିବା ।

ଟମାଟୋ- ହୃଦୟ ତଥା ହାର୍ଟକୁ ସୁସ୍ଥ ରଖିବା ପାଇଁ ଟମାଟୋ ଖୁବ୍‌ ଉପକାରୀ ବୋଲି ବିବେଚନା କରାଯାଏ । ୧୦୦ ଗ୍ରାମ ଟମାଟୋରେ ୨୩୭ ମିଲିଗ୍ରାମ ପୋଟାସିୟମ ରହିଥାଏ, ଯାହା ସୋଡିୟମର ନକାରାତ୍ମକ ପ୍ରଭାବ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏଥିସହ, ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ସୋଡିୟମ୍ ଗ୍ରହଣକୁ ହ୍ରାସ କରିଥାଏ। ଯାହା ଟମାଟୋ ଦ୍ବାରା ଶରୀରରୁ ସୁସ୍ଥ ରଖିବାରେ ବହୁତ କିଛି ସାହାଯ୍ୟ କରିଥାଏ ।

କଦଳୀ- କଦଳୀରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଦଳୀ ଆପଣଙ୍କ ଦୈନିକ ଭାବରେ ଖାଇପାରିବେ ।  କଦଳୀରେ ୨ ପ୍ରତିଶତ କ୍ୟାଲସିୟମ, ୮ ପ୍ରତିଶତ ମ୍ୟାଗ୍ନେସିୟମ ଏବଂ ୧୨ ପ୍ରତିଶତ ପୋଟାସିୟମ ରହିଥାଏ।

ଖଟା ଜାତୀୟ ଫଳ- କମଳା, ଲେମ୍ବୁ, ଅଙ୍ଗୁର ପରି ଖଟା ଫଳ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି ଫଳଗୁଡ଼ିକରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ । ଯାହା ହୃଦରୋଗର ଆଶଙ୍କାକୁ ହ୍ରାସ କରିବା ସହ ହାର୍ଟକୁ ସୁସ୍ଥ ରଖିବାରେ କାମ କରେ ।

ତରଭୁଜ- ତରଭୁଜ ହେଉଛି ଏକ ଭଲ ଫଳ । ଯାହା ଖାଇବା ଦ୍ବାରା ସତେଜ୍‌ ଅନୁଭବ ହୋଇଥାଏ । ତରଭୂଜରେ ଫାଇବର, ଲାଇକୋପିନ୍, ଭିଟାମିନ୍-ଏ ଏବଂ ପୋଟାସିୟମ୍‌ର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତରଭୁଜରେ ଉପସ୍ଥିତ ଥିବା ଏହି ସମସ୍ତ ପୋଷକ ତତ୍ତ୍ୱ ରକ୍ତଚାପ କମାଇବା ପାଇଁ କାମ କରିଥାଏ । ଏହା ବିଟା-କାରୋଟିନ୍ , ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ମଧ୍ୟ ଭରପୂର ରହିଥାଏ ।

ମାଛ-ପ୍ରୋଟିନର ଏକ ବଡ଼ ଉତ୍ସ ହେଉଛି ମାଛ । ମାଛ ଏକ ପୃଷ୍ଟିକର ଖାଦ୍ୟ । ଏହା ଖାଇବା ଦ୍ବାରା ହାର୍ଟକୁ ସୁସ୍ଥ ରଖିଥାଏ । ମାଛରେ ସୁସ୍ଥ ଚର୍ବି ରହିଥାଏ ଯାହା ରକ୍ତଚାପର ସ୍ତରକୁ ନିୟନ୍ତ୍ରଣରେ ରଖେ ।

Related posts

ଶଶୁର ଘର ଭିତରେ ଜ୍ୱାଇଁ ର ଆତ୍ମହତ୍ୟା

Odisha Halchal

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

Odisha Halchal

ସଙ୍କଟ ସମୟରେ ଶ୍ରୀଲଙ୍କାର ଖାଦ୍ୟ ସଙ୍କଟ ଦୂର କରିବାକୁ ଭାରତ ପଠାଇଲା ୪୦୦୦୦ ଟନ୍ ଚାଉଳ

Odisha Halchal

Leave a Comment