ଓଡ଼ିଶା ଖବରନ୍ୟୁଜ୍

ଆଜି ଦୋଳ ପୂର୍ଣ୍ଣିମା

ଆଜି ଦୋଳ ପୂର୍ଣ୍ଣିମା

ଆଜି ଦୋଳ ପୂର୍ଣ୍ଣିମା। ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଆଜି ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଭକ୍ତ ଓ ଭଗବାନଙ୍କର ମିଳନ ହେବ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ କରାଯିବ। ଆଜି ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା।

ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ। ରତ୍ନ ସିଂହାସନରୁ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ସୁନା ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି ଶ୍ରୀଜିଉ।

ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଫିକା ପଡିଥିଲା ଦୋଳ ଉତ୍ସବ। ଏଥର କିନ୍ତୁ କଟକଣା ନଥିବାରୁ ଧୂମଧାମରେ ପାଳନ ହେବ ଦୋଳ ପୂର୍ଣ୍ଣିମା

Related posts

ଆଜି ପବିତ୍ର ଉତ୍କଳ ଦିବସ ,ଅତୀତର ସେନାନାୟକଙ୍କ ଅବଦାନକୁ ମନେପକାଇବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ

Odisha Halchal

କାଶୀପୁରରେ ୫ ବର୍ଷ ପରେ ଦେଖାଦେଲା ‘ଭିବ୍ରିଓ କଲେରା

Odisha Halchal

ସେ ଜଣେ କ୍ୟାରେକ୍ଟରଲେସ୍‌

Odisha Halchal

Leave a Comment