ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଷ ଦେଇ ମାରିଦେଲେ ପାଞ୍ଚ ମାଙ୍କଡ

ବିଷ ଦେଇ ମାରିଦେଲେ ପାଞ୍ଚ ମାଙ୍କଡ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ହଜିଗଲା ମାନବିକତା ଅମାନୁଷିକତା ବାସ୍ତବ ଚିତ୍ର ଦେଖନ୍ତୁ ସାଲେପୁର ଅଞ୍ଚଳରେ l କେହି ଅମାନୁଷିକ ବ୍ୟକ୍ତି ବିଷ ଦେଇ ପାଞ୍ଚ ମାଙ୍କଡ ଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ବନ୍ୟଜନ୍ତୁଙ୍କୁ ସୁରକ୍ଷାଦେବା ସମସ୍ତଙ୍କର କିଛିନାକିଛି ଦାୟିତ୍ୱ ରହିଛି l

ହେଲେ ଏଭଳି କିଛି ଦୃଶ୍ୟଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆପଣବି ହୋଇଯିବେ ହତବାକ । ଦେଖନ୍ରୁ କିଭଳି ଚାଲିଛି ବଣୁଆ ମାଙ୍କଡ଼ଙ୍କର ସେବା। ସେବା କରୁଥୁବା ଲୋକମାନେ କଣ କହୁଛନ୍ତି ଶୁଣନ୍ତୁ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଭୀମଦାସପୁର ଅଞ୍ଚଳରୁ।

ବଣୁଆ ମାଙ୍କଡ଼ ଗୁଡିକ ଉପଦ୍ରବ କରୁଥିବାବେଳେ କେହି ଦୁର୍ବୁତ୍ତ ସେମାନଙ୍କୁ କ୍ଷେତରେ କରିଥିବା ପନିପରିବାରେ ବିଷଦେବାଫଳରେ ସେସବୁକୁ ଖାଇ ଏହି ବଣୁଆ ମାଙ୍କଡ଼ ଗୁଡିକଙ୍କ ଏଭଳି ଅବସ୍ଥା ହୋଇଥିବାର ସନ୍ଦେହ କରାଯାଉଛି। ୫ରୁ ଉର୍ଦ୍ଧ୍ବ ମାଙ୍କଡ଼ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ହେଲେ ଏଭଳି ଘଟଣା ଘଟାଇଥିବା ଦୁର୍ବୁତ୍ତର କୌଣସି ସୂଚନା ମିଳିପାରିନାହିଁ। ହେଲେ ବଣୁଆ ମାଙ୍କଡ଼ଙ୍କ ପ୍ରତି ଏଭଳି ଘଟଣା ଘଟାଇଥିବା ଦୁର୍ବୁତ୍ତଙ୍କ ଉପରେ ପ୍ରଶାସନ କର୍ଯ୍ୟାନୁଷ୍ଠାନ ଗ୍ରହଣକଲେ ଆଗକୁ ଏଭଳି ଘଟଣା ଘଟାଇବାକୁ କେହି ସାହସ କରିବେ ନାହିଁ

Related posts

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି

Odisha Halchal

ଲୋଡିଂ ବେଲ୍ଟରେ ଚାପି ହୋଇ ଶ୍ରମିକ ମୃତ

Odisha Halchal

ପେସ୍‌ଙ୍କ ସହ କୋର୍ଟ ମ୍ୟାରେଜ୍‌ କରିବେ କିମ୍‌

Odisha Halchal

Leave a Comment