ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ସାଂସଦ। ଏ ନେଇ ଆବଶ୍ୟକ ହସ୍ତକ୍ଷେପ କରିବାକୁ ରାଜ୍ୟର ବିଜେପି ସାଂସଦ ମାନେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଅନୁରୋଧ କରିଛନ୍ତି। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏହି ଯୋଜନା ଲାଗୁ କରିବାକୁ ଅନୁରୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ରାଜ୍ୟରେ ଏହା ଲାଗୁ ନ ହେବା ଦ୍ୱାରା ଓଡ଼ିଶା ବାହାରେ କାମ କରୁଥିବା ପ୍ରାୟ ୧ କୋଟି ଲୋକଙ୍କ ସମେତ ସାଢ଼େ ୪ ଚାରି କୋଟି ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ଯୋଜନାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି। ତେବେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ ନକରି ସାଢେ ୪ କୋଟି ଓଡ଼ିଆ ଲୋକଙ୍କୁ ବଞ୍ଚିତ ରଖିବା ବଡ଼ ଚିନ୍ତାର ବିଷୟ ବୋଲି ସେ ଟ୍ୱିଟ୍‍ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି, ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ୨୦ଟି ରାଜ୍ୟରେ ଏହି ଯୋଜନା ସମେତ ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ସମାନ୍ତର ଭାବେ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରା ପ୍ରାୟ ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି।

 

Related posts

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

Odisha Halchal

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

Odisha Halchal

ଟଙ୍କା ଚୋର ନିରବ ମୋଦି କୁ ଆଣିବ ଭାରତ

Odisha Halchal

Leave a Comment