ଓଡ଼ିଶା ଖବରନ୍ୟୁଜ୍

ଆସିପାରେ ଚତୁର୍ଥ ଲହର ,ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ

ଆସିପାରେ ଚତୁର୍ଥ ଲହର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୧୧୧୭କୁ ବୃଦ୍ଧି ପାଇଛି ।

ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୭୦ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୭ଜଣ,

କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୨ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ, ଷ୍ଟେଟ ପୁଲ୍‌ରୁ ୩୭ଜଣ ରହିଛନ୍ତି ।

Related posts

ମାଲକାନଗିରିରେ ପୁଣି ବଢିଲା ତୈଳ ଦର, ୧୧୬ ଡେଇଁଲା ପେଟ୍ରୋଲ ଦାମ୍

Odisha Halchal

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

Odisha Halchal

ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍କୁ ନେଇ ସାମ୍ବାଦିକ ସମ୍ମିଳନୀ

Odisha Halchal

Leave a Comment