ଦେଶ ବିଦେଶନ୍ୟୁଜ୍

ୟୁକ୍ରେନ୍ ନ ଶୁଣିଲେ ବିପଦପୂର୍ଣ୍ଣ ହେବ ଏହାର ଭବିଷ୍ୟତ: ଭ୍ଳାଦିମୀର ପୁତିନ

ୟୁକ୍ରେନ୍ ନ ଶୁଣିଲେ ବିପଦପୂର୍ଣ୍ଣ ହେବ ଏହାର ଭବିଷ୍ୟତ ଭ୍ଳାଦିମୀର ପୁତିନ

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ସଂଘର୍ଷ ଏକାଦଶ ଦିନରେ ପାଦ ଥାପିଛି । ଯୁଦ୍ଧର ସ୍ଥିତି ଦିନକୁ ଦିନ ଖରାପ ଆଡ଼କ ଗତିକରୁଛି । ଏହାରି ମଧ୍ୟରେ ଟିଭିରେ ପ୍ରସାରିତ ଏକ ବୈଠକ ସମୟରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ କହିଛନ୍ତି ଯେ, ଯଦି ୟକ୍ରେନ୍ ନିଜକୁ ସଂଶୋଧନ ନ କରୁଛି, ତା’ହେଲେ ଏହାର ଭବିଷ୍ୟତ ବହୁତ ଖରାପ ହେବ ।

ପୁତିନ କହିଛନ୍ତି ଯେ, ୟୁକ୍ରେନ୍ ମାନବିକତାର ଉଲ୍ଲଂଘନ କରିଛି । କାହାରିକୁ ବାହାରକୁ ଯିବାକୁ ଦେଉନାହିଁ । ଏହା ନୂଆ ନାଜି, ଯିଏକି ନାଗରିକଙ୍କ ପଛରେ ଲୁଚିରହିଛି । ସେ ମାନବଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି । ପୁତିନ ୟୁକ୍ରେନ୍‌ରେ ଚାଲିଥିବା ସଂଘର୍ଷ ମଧ୍ୟରେ କହିଛନ୍ତି ଯେ, ପଶ୍ଚିମ ସମକକ୍ଷଙ୍କ ଦାବି ଯେ, ମସ୍କୋ ମଧ୍ୟ କଟ୍ଟରପନ୍ଥୀ । ପୁତିନ ଶନିବାର କହିଛନ୍ତି ଯେ, ରୁଷିଆ ଉପରେ ପଶ୍ଚିମୀ କଟକଟା ଯୁଦ୍ଧ ଘୋଷଣା ସହିତ ସମାନ ।

ସେ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନ୍‌ରେ ନୋ-ଫ୍ଲାଇଟ୍ ଜୋନ ଲାଗୁ କରିବା କୌଣସି ପ୍ରକାରର ଉଦ୍ୟମ ଏହି ଉତ୍ତେଜନା ପ୍ରବେଶ ସହିତ ସମାନ ହେବ । ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ନାଟୋ ଉପରେ ନିଜ ଦେଶ ଉପରେ ଏହା କହି ନୋ-ଫ୍ଲାଇଟ ଜୋନ ଲାଗୁ କରିବା ଚାପର ମାହୋଲ କରିଛି ଯେ, ଏହି ଲଢ଼େଇରେ ମୃତ୍ୟୁର ଶିକାର ହେବାର କାରଣ ନିଜେ ହିଁ ହେବେ ।

Related posts

ସିମ୍‌ କାର୍ଡ ଜାଲିଆତି ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ

Odisha Halchal

ତିନି ବାନ୍ଧବୀ ଙ୍କ ଝୁଲନ୍ତା ଶବ ଗୋଟିଏ ଗଛରେ

Odisha Halchal

ସ୍ତ୍ରୀକୁ ଜିଅନ୍ତା ସମାଧି ଦେଇଦେଲା ସ୍ୱାମୀ

Odisha Halchal

Leave a Comment