ଅପରାଧଦେଶ ବିଦେଶନ୍ୟୁଜ୍

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

ରାଜ୍ୟରେ ଦିନକୁ ଦିନ ଅନଲାଇନ୍ ଠକେଇ ବଢୁଥିବା ବେଳେ ବର୍ତ୍ତମାନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ହ୍ବାଟସଆପ ଆକାଉଣ୍ଟ କରି ଠକେଇ କାରବାର ଘଟଣାର ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଓଡ଼ିଶା ସର୍କଲର ଏକ ବିଏସଏନଲ ନମ୍ବରକୁ ବ୍ୟବହାର କରିଥିଲେ ଠକ। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଟିମ୍ ।

ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରିବ କ୍ରାଇମ୍‌ବ୍ରାଞ୍ଚ । ରବିବାର ଦିନ କ୍ରାଇମବ୍ରାଞ୍ଚ ସିମ୍ ଜାଲିଆତି କାର୍‌ବାର ନେଇ ଏକ ରାକେଟ୍‌କୁ ଠାବ କରିଥିଲା ।

ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।ଯେଉଁଥିରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ ।

Related posts

ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍‌ଙ୍କ ପରଲୋକ

Odisha Halchal

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜିଙ୍କ ସୂଚନା

Odisha Halchal

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

Odisha Halchal

Leave a Comment