ଅପରାଧଓଡ଼ିଶା ଖବରନ୍ୟୁଜ୍

ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ପୋଲିସ

ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ପୋଲିସ

ଗୁଣୁପୁର:-(ରିପୋର୍ଟ -କାହ୍ନୁ ଚରଣ ପାଢ଼ୀ)ଗତ ଏପ୍ରିଲ ୨୬ ତାରିଖରେ ଗୁଣପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା କନ୍ୟାକାପରମେଶ୍ଵରୀ ମନ୍ଦିର ସମ୍ମୁଖରେ ଥିବା ଏସ୍ ଏସ୍ ଜୁଏଲାରୀ ଦୋକାନୀ ଏସ୍ ବାବା ପ୍ରସାଦଙ୍କ ହାତରୁ ଲୁଟେରା ମାନେ ୩ କିଲୋ ସୁନାଗହଣା ଓ ଦୁଇ ଲକ୍ଷ ନଗଦ ଟଙ୍କା ଥିବା ବ୍ୟାଗ ଝାମ୍ପିନେଇ ଵାଇକରେ ଚମ୍ପଟ ମାରିଥିଲେ ।

ବାଇକ୍ ରେ ଆସିଥିବା ଲୁଟେରାର ଫୋଟ ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ଏହାକୁ ନେଇ ଗୁଣପୁର ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତିକରି ଗୁଣପୁର ଆଦର୍ଶ ଥାନାରେ କେସ ନମ୍ବର – ୮୭ , ଅଣ୍ଡର ସେକସନ- ୩୭୯ ଆଇ ପି ସି ରେ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ‌ । ଏତଲାକୁ ଭିତ୍ତିକରି ପୋଲିସ ତିନୋଟି ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା ।

ଵିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୁଣପୁର ପୋଲିସ , ଆସ୍କା ପୋଲିସ ସହାୟତାରେ ଆଜି ୧.୪୦୦ ଗ୍ରାମ ସୁନା ଗହଣା , ଗୋଟିଏ କଳା ରଙ୍ଗର ପଲସର ବାଇକ ସହ ଦୁଇ ଲୁଟେରାଙ୍କୁ ଆସ୍କା ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଲୁଟେରା ଫେରାର ଥିବା ଜଣାପଡିଛି । ଗିରଫ କରାଯାଇଥିବା ଦୁଇ ଅଭିଯୁକ୍ତ ହେଲେ ଭଞ୍ଜନଗରର ତରୁଣ ଦାସ ଓ ଯାଜପୁରର ଅର୍ଜୁନ ପ୍ରଧାନ ।

ବାକି ସୁନା ଗହଣା , ଟଙ୍କା ଓ ଏହି ଲୁଟରେ ସଂପୃକ୍ତ ଥିବା ଲୁଟେରାଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ଏପି ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଗୁଣପୁର ପୋଲିସ ଜବତ ସୁନା ଗହଣା ଦୋକାନ ମାଲିକ ଏସ୍ ବାବା ପ୍ରସାଦଙ୍କୁ ପ୍ରଦାନ କରିଥିଲେ । ପୋଲିସର ଏତାଦୃଶ କାର୍ଯ୍ୟକଳାପକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

Related posts

ପାଣିରେ ପଡି ଦୁଇ ଶିଶୁ କନ୍ୟାର ମୃତ୍ୟୁ

Odisha Halchal

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି

Odisha Halchal

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସଫଳତା, ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

Odisha Halchal

Leave a Comment