ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟରେ ଆହୁରି ବଢୁଛି ତାତି, ୧୪ ରୁ ୪୦ ଡିଗ୍ରୀ ଛୁଇଁବ ପାରଦ

ରାଜ୍ୟରେ ଆହୁରି ବଢୁଛି ତାତି, ୧୪ ରୁ ୪୦ ଡିଗ୍ରୀ ଛୁଇଁବ ପାରଦ

ରାଜ୍ୟରେ ଧୀରେ ଧୀରେ ଗରମ ଅନୁଭୂତ ହେବାରେ ଲାଗିଲାଣି । ଶୁକ୍ରବାର ୩୭ ଡିଗ୍ରୀ ଉପରେ ଥିଲା ୬ଟି ସହର । ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଆହୁରି ବୃଦ୍ଧି ହେବ ତାତି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ତତଲା ପବନ ବହିବ । ଫଳରେ ଆଭ୍ୟନ୍ତରୀଣ ଓଡିଶାରେ ତାତି ୪୦ ଡିଗ୍ରୀ ସେଲସିୟସ ଛୁଇଁବା ସହିତ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ ।

ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ମଧ୍ୟ ତାତି ୩୭ ଡିଗ୍ରୀ ଉପରେ ରହିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।

୧୮ ତାରିଖରୁ ପାଗ ବଦଳିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।

Related posts

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

Odisha Halchal

ହସ୍ପିଟାଲ ଭିତରେ ନର୍ସଙ୍କୁ ବାନ୍ଧି ଗଣଦୁଷ୍କର୍ମ

Odisha Halchal

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରିଲା ବିଜେପି

Odisha Halchal

Leave a Comment