ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

କେନ୍ଦ୍ରାପଡା:-(ରିପୋର୍ଟ-ଜନ୍ମେଜୟ ବିଶ୍ୱାଳ/ଶଶୀଭୂଷଣ ରାଉତ)ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଦୁଇ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ଚଳିତ ବର୍ଷ ମୋଟ ପାଞ୍ଚ ଲକ୍ଷ ୭୧ ହଜାର ୯ ଶହ ୯ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା।

ସକାଳ ୮ ରେ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ ରେ ଶେଷ ହୋଇଛି। ପ୍ରଚଣ୍ଡ ଖରା ଯୋଗୁ ଏଥର ଦିତୀୟ ସିଟିଙ୍ଗିରେ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। କପି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପଶ୍ନପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ତିନିଶହ ୧୫ କୋଟି ନୋଡାଲ ସେଣ୍ଟର କରାଯାଇଛି।

ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡାକଡି ଭାବେ ବାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦାଇତ୍ଵ ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରେଟେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡା ଜିଲ୍ଲାରେ ୧୦୪ ପରୀକ୍ଷା କେନ୍ଦ୍ରରେ ୨୧ ହଜାରେ ୬୦୦ ଶହ ୨୫ଜଣ ଛାତ୍ରଛାତ୍ରୀ ମାନେ ଦେଉଛନ୍ତି ପରୀକ୍ଷା।

Related posts

ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ

Odisha Halchal

ଗିରଫ ହେଲା ହନିଟ୍ରାପ କୁଇନ୍ ଅର୍ଚ୍ଚନାର ସ୍ୱାମୀ

Odisha Halchal

ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଏସସିବି

Odisha Halchal

Leave a Comment