ଅପରାଧଓଡ଼ିଶା ଖବରନ୍ୟୁଜ୍

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ପାଇଁ ବନ ବିଭାଗର ଚିନ୍ତା ବଢ଼ିଲାଣି । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀ ଗ୍ରହଣ କରୁନି ଖାଦ୍ୟ। ଯାହାକି ବନ ବିଭାଗ ଅଧିକାରୀଙ୍କ ପାଇଁ ଟେନସନର କାରଣ ପାଲଟିଛି।
ନରସିଂହପୁର ଜଙ୍ଗଲରେ ହାତୀଟିକୁ ଠାବ କରାଯାଇ ଗତକାଲି ଟ୍ରାଙ୍କୁଲାଇଜ କରାଯାଇ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା।

ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ହାତୀଟି ଏବେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ସାମାନ୍ୟ ଫଳମୂଳ ଗ୍ରହଣ କରିଥିଲା। ହେଲେ ଏହାପରେ ଆଉ ଖାଉନି ହାତୀ । ତେଣୁ ସାଲାଇନ ଲଗାଇ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସା ଚାଲିଛି । ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା କରୁଛନ୍ତି।

ଗୁଳି ମାଡ଼ ଯୋଗୁ କିଛି ଦିନ ହେବ ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀ ନରସିଂହପୁର ପଶ୍ଚିମ ରେଞ୍ଜକୁ ପଳାଇ ଯାଇଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବନ ବିଭାଗ। ପ୍ରଥମେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ହାତୀ ଧରାଛୁଆଁ ଦେଉନଥିଲା। ଗତକାଲି ହାତୀଟି ନରସିଂହପୁର ପଶ୍ଚିମ ରେଞ୍ଜକୁ ଆସିଥିବା ବେଳେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

Related posts

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

Odisha Halchal

ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ

Odisha Halchal

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

Odisha Halchal

Leave a Comment