ଦେଶ ବିଦେଶନ୍ୟୁଜ୍

ମିଶନ୍ ଗଙ୍ଗା’: ୟୁକ୍ରେନ୍ ରୁ ଭାରତ ଫେରିଲେ ଆଉ ୬୩୦ ଭାରତୀୟ, ରୋମାନିଆ ଓ ହଙ୍ଗେରୀ ଦେଇ ଫେରିଲେ ସ୍ୱଦେଶ

ମିଶନ୍ ଗଙ୍ଗା’ ୟୁକ୍ରେନ୍ ରୁ ଭାରତ ଫେରିଲେ ଆଉ ୬୩୦ ଭାରତୀୟ,

ୟୁକ୍ରେନ୍‌-ଋଷ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ମିଶନ୍ ଗଙ୍ଗା ଆରମ୍ଭ କରିଥିବା ବେଳେ ପ୍ରତିଦିନ ଶହ ଶହ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ଏହି ମିଶନ୍‌ରେ ।

ତେବେ ଆଜି ମଧ୍ୟ ପ୍ରାୟ ୬୩୦ ଭାରତୀୟ ସ୍ୱଦେଶ ଫେରିଛନ୍ତି । ୟୁକ୍ରେନ୍ ରୁ ରୋମାନିଆ ଓ ହଙ୍ଗେରୀ ଦେଇ ଏହି ଭାରତୀୟ ମାନଙ୍କୁ ଅଣାଯାଇଛି । ତିନୋଟି ସି-୧୭ ବାୟୁସେନା ବିମାନ ଯୋଗେ ଭାରତୀୟମାନଙ୍କୁ ଦିଲ୍ଲୀ ଅଣାଯାଇଛି ।

ୟୁକ୍ରେନ୍ ରୁ ଫେରିଥିବା ଭାରତୀୟଙ୍କୁ ନୂଆଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କଲେ ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ।

ଏବେବି ମିଶନ୍ ଗଙ୍ଗା ଜାରି ରହିଛି ଆହୁରି ହଜାର ହଜାର ଭାରତୀୟ ୟୁକ୍ରେନ୍‌ରେ ସ୍ୱଦେଶ ଫେରିବା ପାଇଁ ଚାହିଁ ବସିଥିବା ବେଳେ ଏମାନଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍ଧାର କରାଯାଉଛି ।

Related posts

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

Odisha Halchal

ଶିକାରୀ ନିଜେ ହୋଇଗଲା ଶିକାର

Odisha Halchal

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Odisha Halchal

Leave a Comment