ଓଡ଼ିଶା ଖବରନ୍ୟୁଜ୍

ମା’ ଦୁର୍ଗାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ମା' ଦୁର୍ଗାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର) ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ମୁଖ୍ୟ ଛକରେ ନିର୍ମାଣ ହେବାକୁ ଥିବା ମା ‘ ଜଗତଜନନୀ ଦୁର୍ଗାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମି ପୂଜନ ବଡ଼ ଧୁମ୍ ଧାମରେ ପାଳନ ହୋଇଯାଇଛି। ଏଥିରେ ପୂଜକ ଭାବେ ଅଶୋକ କୁମାର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ଗାଁ ଗୌନ୍ତିଆ ହେମନ୍ତ ପଟେଲ ପୂଜା କର୍ମ ତୁଲାଇଥିଲେ।

ନିମନ୍ତ୍ରିତ ଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପୂର୍ବତନ ବିଧାୟକ ରବିନାରାୟଣ ନାୟକ, ପଂଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ, ଉପାଧ୍ୟକ୍ଷ ରୋହିତ ଭୋଇ, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଜୋନ ୨ ସଭ୍ୟା ତନୟା ଧୁରୁଆ ଯୋଗଦେଇଥିବା ବେଳେ ଅଞ୍ଚଳର ୭ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ଭଜନ କୀର୍ତ୍ତନ କରିଥିଲେ। ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ସୁବାସ ସାହୁ, ସମ୍ପାଦକ ସୁବ୍ରତ ବଢେଇ, କୋଷାଧ୍ୟକ୍ଷ ଅମିତ ଅଗ୍ରୱାଲଙ୍କ ସମେତ ସ୍ନେହାଶିସ ପଟ୍ଟନାୟକ, ସୌରଭ ପଟ୍ଟନାୟକ, ବିକ୍ରାନ୍ତ ପଟେଲ,

ଦେବା ମହକୁଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମା’ ଦୁର୍ଗା ମନ୍ଦିର ନିର୍ମାଣ କମିଟିର ଆବାହକ ପିଛାଲୁ ଭୋଇ, ହେମନ୍ତ ମହାକୁଳ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ଦାନୀ, ଶିଶିର ପଟ୍ଟନାୟକ, ଅନୁପ ବହିଦାର, ଆଦି ପ୍ରସାଦ ମହାକୁଳ, ନବୀନ ପଟେଲ, ଅଶୋକ ଦାନୀ, ଅରୁଣ ପଟ୍ଟନାୟକ, ସାଲେକ୍ ରାମ ପ୍ରଧାନ, ଅମାରେଶ୍ୱର ସ୍ୱାଇଁ, ସଞ୍ଜୟ ସେଠ, ମିଳନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।ପରେ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Related posts

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Odisha Halchal

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

Odisha Halchal

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

Odisha Halchal

Leave a Comment