ଓଡ଼ିଶା ଖବରନ୍ୟୁଜ୍

ମନମୁଣ୍ଡା ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ

ମନମୁଣ୍ଡା ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ଲୋକଙ୍କ ଅତି ବିଶ୍ୱାସ ଓ ଭରସା ପୋଲିସ ଉପରେ ରହିଥାଏ ଲୋକଙ୍କୁ ପ୍ରତି ମୁହୂର୍ତ୍ତରେ ସବୁ ସମୟରେ ନ୍ୟାୟ ଦେବାକୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଆଜି ମନମୁଣ୍ଡା ଥାନା ପକ୍ଷରୁ ଏକ” ଆମପୋଲିସ” କାର୍ଯ୍ୟକ୍ରମ ମନ ମୁଣ୍ଡା ସ୍ଥିତ ପଞ୍ଚାୟତ ଅଫିସ୍ ଠାରେ ଅନୁଷ୍ଠିତ ହୋଇଥିଲା।

ମନ ମୁଣ୍ଡା ଥାନା ଭାରପ୍ରାପ୍ତ ଥାନାଅଧିକାରୀ ଅଶ୍ଵିନୀ ଭିତିରିଆ ଓ ଏସାଇ ବୁଦ୍ଧଦେବ ସାହୁ ଉକ୍ତ ବୈଠକରେ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଦୃଢତାର ସହ ଶୁଣି ପୋଲିସ କଡ଼ା ପଦକ୍ଷେପ ନେବ ବୋଲି କହିଥିଲେ ଓ ଜନସାଧାରଣଙ୍କୁ ପୋଲିସ ସହ ସବୁବେଳେ ଜଡ଼ିତ ରହିବାକୁ କହିଥିଲେ।ଲୋକେ ମନ ମୁଣ୍ଡା ଅଞ୍ଚଳରେ ଦିନ କୁ ଦିନ ଚୋରି ଡକାୟତି ଲୁଟ ପାଟ ବୃଦ୍ଧି ପାଉଥିବା ଦିଗରେ ଅଭିଯୋଗ କରିଥିଲେ ଲୋକଙ୍କ ଅଭିଯୋଗ କୁ ଶୁଣି କିଭଳି ଭାବରେ ଅଞ୍ଚଳ ରେ ଶାନ୍ତି ବଜାୟ ପାଇଁ ପୋଲିସ ପେଟ୍ରୋଲିଙ୍ଗ କଡାକୁଡି କରିବା ସହ ଅଞ୍ଚଳ ରେ ଘଟୁଥିବା ବିଭିନ୍ନ ଅସାମାଜିକ କାରବାର ଯଦି ଦେଖନ୍ତି ତେବେ ପୋଲିସ କୁ ଶୀଘ୍ର ସୂଚନା ଦେବା ପାଇଁ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରଞ୍ଜୁ ବେହେରା ଓ ସମସ୍ତ ୱାଡ଼ର୍ ସଭ୍ୟ ସଭ୍ୟା ଓ ଜନ ସାଧାରଣ ଉପସ୍ଥିତ ଥିଲେ।ସ୍ଥାନୀୟ ଅଂଚଳର ଲୋକେ ଅଞ୍ଚଳରେ ପ୍ରଚୁର ମଦ ବିକ୍ରି ହେଉଥିବା ଯୋଗୁଁ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା କହିଥିବା ବେଳେ ଅନ୍ୟପଟେ ପ୍ରତ୍ୟେକ ଗ୍ରାମରେ କୁଚିଆଁ ମଦ ବିକ୍ରି ହେଉଥିବା ବେଳେ ତାହା ସମ୍ପୁର୍ଣ୍ଣ ଭାବରେ ବନ୍ଦ୍ କରିବାକୁ ଅନୁରୋଧ କରିଥିଲେ।

Related posts

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

Odisha Halchal

ମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳ

Odisha Halchal

ପ୍ରବଳ ତାତି.. ୪୦ ଡିଗ୍ରୀ ଉପରେ ତାପମାତ୍ରା ବଞ୍ଚିବା ଅସମ୍ଭାଳ

Odisha Halchal

Leave a Comment