ଓଡ଼ିଶା ଖବରନ୍ୟୁଜ୍

ବାଲ୍ୟ ବିବାହ ନିରାକରଣ ସଚେତନତା ରାଲି

ବାଲ୍ୟ ବିବାହ ନିରାକରଣ ସଚେତନତା ରାଲି

ସୁବର୍ଣ୍ଣପୁର:-(ରିପୋର୍ଟ :-ମଣ୍ଟୁ ମନ୍ତ୍ରା) ଜିଲ୍ଲା ଚାଇଲ୍ଡ ଲାଇନ ତରଫରୁ ଆଜି ଚାଇଲ୍ଡ ଲାଇନ ସେ ଦସ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଷଷ୍ଠ ଦିବସରେ ତରଭା ସମନ୍ୱିତ ଶିଶୁ ବିକାଶ ପ୍ରକଲ୍ପ କାର୍ଯ୍ୟାଳୟ ଠାରେ ଆଜି ଏକ ବାଲ୍ୟ ବିବାହ ନିରାକରଣ ସଚେତନତା ରାଲି ଅନୁଷ୍ଠିତ ହୋଇଛି।

ଭାରପ୍ର।ପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରଦ୍ଧାଞ୍ଜଳି ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ କୁମାର କର୍ଣ୍ଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରେଲି ରେ ତରଭା କଲେଜ ର ଛାତ୍ରଛାତ୍ରୀ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଭା ର ମହିଳା ପରିଦର୍ଶୀକା ମାନେ ଯୋଗ ଦେଇ ବାଲ୍ୟବିବାହ ସଚେତନତା ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ ।

ତରଭା ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ସହାୟତା ଯୋଗାଇ ଦିଆଯାଇଥିଲା। କାର୍ଯକ୍ରମ କୁ ଚାଇଲ୍ଡ ଲାଇନ ସଦସ୍ୟ ତୃପ୍ତିମୟୀ ପ୍ରଧାନ, ଝରଣା ପଟ୍ଟନାୟକ ସୁଦାମ ଗାଇଗରିଆ, ଆଶିଷ କୁମାର ନାୟକ,ରୋଜି ସା, ଆନନ୍ଦିନୀ ଷାନ୍ଢ,ଉଧବ ବାଘ,ମନୋଜ କୁମାର ସ୍ବାଇଁ, ପ୍ରମୋଦ କୁମାର ମଲ୍ଲିକ ପରିଚାଳନା କରିଥିଲେ।

Related posts

ବଣୁଆ ଘୁଷୁରୀର କଞ୍ଚା ମାଂସ ଜବତ

Odisha Halchal

ମୂଲଚାଲ ନେଲା ଭୟଙ୍କର ରୂପ

Odisha Halchal

ନୂତନ ବର୍ଷରେ ଶ୍ରୀମନ୍ଦିରକୁ ସମସ୍ତଙ୍କୁ ମୋବାଇଲ ମନା

Odisha Halchal

Leave a Comment