ଅପରାଧଦେଶ ବିଦେଶନ୍ୟୁଜ୍

ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

ପୁଣି ବଢ଼ିଲା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାରର ଅଡୁଆ। ବନ୍ଧା ହେବେ ଶିଳ୍ପାଙ୍କ ମା’ ସୁନନ୍ଦା। ତାଙ୍କ ବିରୋଧରେ ଏକ ଅଦାଲତା ମଙ୍ଗଳବାର ୱାରେଣ୍ଟ ଜାରି କରିଛନ୍ତି। ତାଙ୍କ ବିରୋଧରେ କଥିତ ରୂପେ ଠକେଇ କରିଥିବା ଅଭିଯୋଗ ରହିଛି।
ସୂଚନା ମୁତାବକ, ଶିଳ୍ପାଙ୍କ ମା’ ସୁନନ୍ଦାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କାର ଋଣ ପରିଷୋଧ କରିନଥିବା ଅଭିଯୋଗ ରହିଛି। ଏହି ଠକେଇ ମାମଲାରେ ପୂର୍ବରୁ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଆର୍‌ ଆର୍‌ ଖାନ୍‌ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ସମନ ଜାରି କରିଥିଲେ। ତେବେ ଏହି ସମନକୁ ଚ୍ୟାଲେଞ୍ଜ କରି ଶେଟ୍ଟୀ ପରିବାର ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ସୋମବାର ସ୍ୱତନ୍ତ୍ର କୋର୍ଟ ଶିଳ୍ପା ଏବଂ ଶମିତାଙ୍କ ବିରୋଧରେ ଜାରି ହୋଇଥିବା ସମନ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। କିନ୍ତୁ ତାଙ୍କ ମା’ଙ୍କୁ ଅଶ୍ୱସ୍ତି ଦେଇନାହାନ୍ତି।
ଅଭିଯୋଗ ମୁତାବକ, ୨୦୦୭ ଜାନୁଆରୀରେ ଶିଳ୍ପାଙ୍କ ଦିବଙ୍ଗତ ବାପା ସୁରେନ୍ଦ୍ର ଶେଟ୍ଟୀଙ୍କୁ ଜଣେ ବ୍ୟବସାୟୀଙ୍କୁ ସୁଧ ସହ ଟଙ୍କା ଦେବାର ଥିଲା। ଶିଳ୍ପାଙ୍କ ବାପା ଉକ୍ତ ବ୍ୟବସାୟୀଙ୍କଠାରୁ ୧୮ବର୍ଷ ବୟସରେ ବାର୍ଷିକ ସୁଧ ହାରରେ ଋଣ ନେଇଥିଲେ। ତେବେ ତାଙ୍କ ମୃତ୍ୟୁ ପରେ

ଶିଳ୍ପା, ଶମିତା ଏବଂ ସୁନନ୍ଦା ୨୦୧୫ ରେ ସେମାନଙ୍କ ବାପା ଋଣ ନେଇଥିବା ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ବ୍ୟବସାୟୀ ଶିଳ୍ପା, ଶମିତା ଏବଂ ସେମାନଙ୍କ ମା’ ଏହି ଋଣ ପରିଷୋଧ କରିବାରକୁ ମନା କରିଦେଇଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଗତବର୍ଷ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ଅଶ୍ଳୀଳ ଫିଲ୍ମ ତିଆରି କରିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଜୁଲାଇ ୨୦୨୧ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ତାଙ୍କୁ ଏହି ମାମଲାରେ ଗିରଫ କରିଥିଲେ। ଦୁଇ ମାସ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। ରିପୋର୍ଟ ମୁତାବକ, ରାଜ କୁନ୍ଦ୍ରାଙ୍କ ବିରୋଧରେ ଦେଢ଼ ବର୍ଷ ଭିତରେ ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ଅଭିଯୋଗ ରହିଛି।

Related posts

୨୦ ମିନିଟ ପାଇଁ ଦେଖାଯିବ ସୂର୍ଯ୍ୟପରାଗ

Odisha Halchal

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

Odisha Halchal

ଅନ୍ଧାର ରେ ଚାଲିଛି ମନରେଗା ଯୋଜନା

Odisha Halchal

Leave a Comment