ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍ବିଶେଷ ଖବର

ପ୍ରବଳ ତାତି.. ୪୦ ଡିଗ୍ରୀ ଉପରେ ତାପମାତ୍ରା ବଞ୍ଚିବା ଅସମ୍ଭାଳ

ମାଲକାନଗିରି ରୁ କ୍ରିଷ୍ଣପଦୋ ରାୟ ଙ୍କ ରିପୋର୍ଟ  – ମାର୍ଚ୍ଚ ମାସ ପ୍ରଥମ ରୁ ରାଜ୍ୟ ରେ ଅସମ୍ଭାଳ ତାପମାତ୍ରା , ନାଁ ଶାନ୍ତି ରେ ପଦାକୁ ବାହାରି ହେଉଛି। ନାଁ ଘରେ ରହି ହେଉଛି ।ତାପମାତ୍ରା ବଢ଼ି ବଢ଼ି ୪୦ଡିଗ୍ରୀ ପାର ହେଲାଣି। ଅତି ରୁ ଅତି ଜରୁରୀ କାର୍ଯ୍ୟ ଥିଲେ ହିଁ , ଘରୁ ବାହାରିବା କୁ ପଡ଼ୁଛି। ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ସଦରମହକୁମା ର ଚିତ୍ର… ଯାହା ବି ଲୋକେ ସହରରେ ବୁଲାବୁଲି କରୁଛନ୍ତି ଦିନ ୧୧ଟା ପୂର୍ବରୁ ……।

କିନ୍ତୁ ଖରାବେଳର ଚିତ୍ର ଯଦି ଆପଣ ଦେଖିବେ ରାସ୍ତାଘାଟ ଖାଁ ଖାଁ …, ଯଦିଓ କା.. ଭା. ଲୋକେ ଘରୁ ବାହାରକୁ ପାଦ କାଡ଼ୁଛନ୍ତି, ତଥା ଖରାରୁ ରକ୍ଷା ପାଇବା ପାଇଁ ଅଧିକ ରୁ ଅଧିକ ଲୋକେ ରାସ୍ତା କଡ଼ରେ ଥିବା ଦୋକାନିଙ୍କ ଠାରୁ ପଇଡ଼ ପାଣି, ଆଖୁରସ, ଲସି , କୋଲଡ୍ରିଙ୍କସ , ତରଭୂଜ, କାକୁଡ଼ି ଭଳି ପଦାର୍ଥ ଖାଇ…..ଅବା ପିଇ… ଟିକେ ଆସ୍ବସ୍ତି ପାଉଛନ୍ତି। କିଛି ବୁଦ୍ଧିଜୀବୀ ଅଂଶୁଘାତ ଉପରେ ନିଜର ମନ୍ତବ୍ୟ ମଧ୍ୟ ରଖିଛନ୍ତି।… ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶୁଘାତ ରକ୍ଷା ପାଇବା ପାଇଁ ତତ୍ପର ଥିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ସ୍ବତନ୍ତ୍ର ଅର୍ଡର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏହା ସହିତ ହସ୍ପିଟାଲ କତୃପକ୍ଷ ସଦା ସର୍ବଦା ସଜାଗ ରହିଥିବା ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଶିବପ୍ରସାଦ ମହାରଣା ସୂଚନା ଦେଇଛନ୍ତି

Related posts

ଶିଶୁ ଶ୍ରମିକ ଉଦ୍ଧାର

Odisha Halchal

ତ୍ରିରଙ୍ଗାକୁ ଅସମ୍ମାନ କଲେ ମହାବିଦ୍ୟାଳୟର ଡାଇରେକ୍ଟର

Odisha Halchal

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ

Odisha Halchal

Leave a Comment