ଦେଶ ବିଦେଶନ୍ୟୁଜ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ପରଲୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା' ପରଲୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ଅହମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ମା’ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଈଶ୍ୱରଙ୍କ ଚରଣରେ ଏକ ଗୌରବମୟ ଶତାବ୍ଦୀର ଅବସାନ ଘଟିଛି। ମା’ରେ ମୁଁ ସବୁବେଳେ ଏହି ତ୍ରିମୂର୍ତ୍ତିକୁ ଅନୁଭବ କରିଛି।

ଯେଉଁଠି ଏକ ତପସ୍ବୀର ଯାତ୍ରା, ନିଷ୍କାର୍ମ କର୍ମଯୋଗୀର ପ୍ରତୀକ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ହୋଇଛି।ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ହୀରାବେନ୍‌ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ୧୦୦ ବର୍ଷୀୟା ହୀରାବେନ୍‌ଙ୍କୁ ଅହମଦାବାଦର ୟୁଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ‌ସେଣ୍ଟର‌‌ରେ ଭର୍ତ୍ତି କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ତେବେ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୋଦୀ ଶେଷ ଥର ପାଇଁ ଗାନ୍ଧିନଗରରେ ତାଙ୍କ ମା’ଙ୍କୁ ଭେଟିଥିଲେ।

Related posts

ପ୍ରେମରେ ଲାଗିଲା କଳଙ୍କର ନିଆଁ

Odisha Halchal

63 ତମ ପୋଲିସ ସହିଦ ଦିବସ ପାଳିତ

Odisha Halchal

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

Odisha Halchal

Leave a Comment