ଓଡ଼ିଶା ଖବରନ୍ୟୁଜ୍

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ମାଲକାନଗିରି:- (ରିପୋର୍ଟ:- କ୍ରିଷ୍ଣପଦୋ ରାୟ)ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତ ଏମଭି -୭୯ ରେ ଥିବା ଡଃ.
ଶ୍ୟାମପ୍ରସାଦ ଡିଗ୍ରୀ କଲେଜରେ ଚଳିତ ବର୍ଷ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆଜି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ପ୍ରଥମ ବର୍ଷର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

କଲେଜର ଅଧ୍ୟକ୍ଷା ପ୍ରବାସିନୀ ମହାପାତ୍ର ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ନୋଡାଲ କଲେଜର ଶିକ୍ଷା ବିଭାଗର ଅଧ୍ୟାପକ ଗୌତମ ନାୟକ ଯୋଗଦେଇ ପିଲା ମାନଙ୍କୁ ଜୀବନର ଧାରାରେ ଶିକ୍ଷାର ମାର୍ଗରେ ବ୍ରତୀ ହେବାପାଇଁ କହିଥିଲେ ।

ଏଥିରେ ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀମନ୍ତ ମହାପାତ୍ର, ତାରିଣୀ ଚରଣ ମହାନ୍ତି (ଇତିହାସ), ଶତ୍ରୁଘ୍ନ ପ୍ରଧାନ (ଇଂରାଜୀ ), ଶିବରାମ ଦାଇନି (ରାଜନୀତି ବିଜ୍ଞାନ ), ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ମାଝି, ଲାଇବ୍ରେରିୟାନ ସନ୍ତୋଷ କୁମାର ପାତ୍ର, ପି. ଟି. ଅମିୟ ସରକାର, କିରାଣୀ ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଶେଷରେ ପୁରୁଣା ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ଜଣାଇଥିଲେ ।

Related posts

ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ

Odisha Halchal

ଖେଳ ଖେଳୁଥିବା ସମୟରେ ଅଘଟଣ

Odisha Halchal

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

Odisha Halchal

Leave a Comment