ଅପରାଧଓଡ଼ିଶା ଖବରନ୍ୟୁଜ୍

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କ କଟୁରୀ ରେ ଆକ୍ରମଣ

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କ କଟୁରୀ ରେ ଆକ୍ରମଣ

ବାଲେଶ୍ୱର:-(ରିପୋର୍ଟ – ସୌରଭ ରାଉଳ)ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ ଆରୁହାବୃତ୍ତି ଗ୍ରାମ ପଂଚାୟତ ର ଏକ ଅଭାବନୀୟ ଘଟଣା ଘଟିଛି ସୂଚନା ଯୋଗ୍ୟ ଆରୁହାବର୍ତ୍ତୀ ଗ୍ରାମ କୁ ଆଜି ବାରବାଟୀଆ ର ଜୈନିକ ଯୁବକ ପ୍ରଶାନ୍ତ କୁମାର ପାଳ (43 ) ବଜାର କୁ ମାର୍କେଟିଙ୍ଗ କରିବା ପାଇଁ ଆସିଥିବା ବେଳେ ଅଚାନକ ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଆରୁହାବୃତ୍ତି ଗ୍ରାମ ର ପ୍ରଦୀପ ଚନ୍ଦ (ଚଗଲା )ପ୍ରଶାନ୍ତ ଙ୍କ ଉପରେ ଧାରୁଆ କଟୋରି ରେ ଆକ୍ରମଣ କରିଥିଲେ ।

ଘଟଣା ସ୍ଥଳେ ପ୍ରଶାନ୍ତ ତଳେ ପଡିଯାଇଥିଲେ ଏବଂ ସେଠାରେ ଗ୍ରାମବାସୀ ମାନେ ପହଞ୍ଚି ପ୍ରଶାନ୍ତ କୁ ପ୍ରଥମେ ଦହମୁଣ୍ଡା ଗୋଷ୍ଟି ସ୍ୟାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କ ଅବସ୍ଥା ସଙ୍କଟପୁର୍ଣ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ ପ୍ରଶାନ୍ତ ଙ୍କ ପଛପଟୁ ଆକ୍ରମଣ କରାଯାଇଛି ଏବଂ କାନ ପାଟି ରେ ମଧ୍ୟ ଏକ ଚୋଟ ବସିଥିବାର ଦେଖିବାକୁ ମିଳିଛି ଘଟଣା ସ୍ଥଳେ କମର୍ଦା ଥାନା ଏସ.ଆଇ. ଲୋପା ମୁଦ୍ରା ପଣ୍ଡା ଏବଂ ଏ. ଏ.ସ. ଆଇ ଧୀରେନ୍ଦ୍ର ପ୍ରସାଦ ମହାନ୍ତି ପହଂଚି ଆସାମୀ କୁ ଖଜିବା ଆରମ୍ବ କରିଥିବା ବେଳେ ଆସାମୀ ଫେରାର ରହିଛି

Related posts

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

୨୦୦ଟଙ୍କିଆ ନକଲି ନୋଟ୍‌ କାରବାର ପର୍ଦ୍ଦାଫାସ

Odisha Halchal

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

Leave a Comment