ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁରୀରେ ଜଘନ୍ୟ କାଣ୍ଡ; ଶ୍ରୀମନ୍ଦିର ସେବାୟତଙ୍କୁ ବୀଭତ୍ସ ହତ୍ୟା

ପୁରୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଆଜି ପୁରୀ ବାରବାଟୀ ନିକଟରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଆଜି କୃଷ୍ଣଚନ୍ଦ୍ର ପୁରୀ ନିକଟ ବାରବାଟୀ ଯାଇଥିବା ବେଳେ ସେଠାରେ ଉନ୍ନୟନମୂଳକ କାମର ତଦାରଖ କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଗୁଳି କରିଥିଲେ। ଗୁଳିଟି ମୁଣ୍ଡରେ ବାଜିବାରୁ କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୃଷ୍ଣଚନ୍ଦ୍ର ଆଜି ସକାଳେ ବାରବାଟୀ ଚଉତରା ପାହାଚରେ ଉପସ୍ଥିତ ଥିବା ବେଳେ ସେଠାରେ ୨ ଦୁର୍ବୃତ୍ତ ଏକ ବାଇକ୍‌ରେ ପହଞ୍ଚିଥିଲେ। ଏହାପରେ ସେମାନେ କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ୨ ରାଉଣ୍ଡ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। କିନ୍ତୁ ଘଟଣାସ୍ଥଳରୁ ୩ ରାଉଣ୍ଟ ଖୋକା ମିଳିଥିବାରୁ ୩ଟି ଗୁଳି ଫୁଟା ଯାଇଥିବା ସୂଚନା ମିଳିଛି। ଫରେନସିକ ଟିମ୍‌ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜିରୋ ରେଞ୍ଜରୁ ଗୁଳି ଫୁଟିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

Related posts

ଘାରିଲା ଟଙ୍କା ଲୋଭ, ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା, ନାଳରେ ଫିଙ୍ଗିଦେଲା…

Odisha Halchal

ସମାଧାନ ପାଇଁ ଟଙ୍କା ଦାବି

Odisha Halchal

ଟ୍ରକ ଓ ପିକଅପ ଧକ୍କା ପିକଅପ ଡ୍ରାଇଭର ଗୁରୁତର

Odisha Halchal

Leave a Comment