ଦେଶ ବିଦେଶନ୍ୟୁଜ୍

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

ଗୋଟିଏ ପଟେ ଯେଉଁଠି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଉଛି । ଅନ୍ୟପଟେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନାଟୋରେ ସାମିଲ ହେବାକୁ ପ୍ରକ୍ରିୟା ଜାରି ରଖିଛନ୍ତି । ଏନେଇ ନାଟୋର ଜେନେରାଲ ସେକ୍ରେଟାରୀ ତୁର୍କୀ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ପ୍ରଥମେ ଅରାଜି ଥିବା ତୁର୍କୀ ଏବେ ଉଭୟ ଦେଶଙ୍କ ସାମିଲକୁ ସମର୍ଥନ କରିଛି ।

ସୂଚନାନୁସାରେ, ଗତ କିଛି ଦିନ ହେବ ଋଷ ସୈନିକ ଲଗାତାର ଭାବେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛନ୍ତି । ଫସଫରସ୍ ଗ୍ୟାସ୍ ଓ ନିଆଁ ସୃଷ୍ଟିକାରୀ ବୋମା ମାଡ କରୁଛନ୍ତି । ୟୁକ୍ରେନର ପୂର୍ବ ଭାଗରେ ଆକ୍ରମଣ ବଢିବା ସହ ବଡ ବଡ ସହର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲାଣି । ଏହା ମଧ୍ୟରେ ପୁଟିନ ପୁଣି ଥରେ ମୁହଁ ଖୋଲିଲିଛନ୍ତି । ଗୋଟିଏ ପଟେ ଫିନଲାଣ୍ଡ୍ ଓ ସ୍ୱିଡେନ୍ ନାଟୋରେ ସାମିଲ ହେଲା ନେଇ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ପୁଟିନଙ୍କ ଚେତାବନୀକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାଟୋ ନିଜର ବିସ୍ତାର ଲାଗି ମେଣ୍ଟରେ ନୂଆ ସଦସ୍ୟଙ୍କୁ ସାମିଲ କରିବାକୁ ଚାହୁଁଛି । ଋଷ ଉପରେ ଏହାର କିଛି ଫରକ ପଡେନି । କିନ୍ତୁ ଏହି ସବୁ ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବଢିଲେ ଋଷ ଏହାକୁ ବିପଦ ଭାବେ ଦେଖିବ ଓ ଚୁପ୍ ରହିବନି । ଋଷ ଏବଂ ୟୁକ୍ରେନ ମଧ୍ୟ ୮୩ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ପୁଟିନ ଦୁଇ ଦେଶକୁ ଚେତାବନୀ ଦେଇଛନ୍ତି ।

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ସେମାନେ ନାଟୋରେ ସାମିଲ ହୁଅନ୍ତି ତେବେ ବିପଦ ହେବ । ସେମାନଙ୍କୁ ଚରମ ପରିଣାମ ଭୋଗିବାକୁ ପଡ଼ିପାରେ। ଏଥିରୁ ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ଉପରେ ଆକ୍ରମଣ କରିବାକୁ ପୁଟିନ ପଛାଇବେ ନାହିଁ ବୋଲି ଅନୁମାନ କରାଯାଉଛି।

Related posts

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି : ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

Odisha Halchal

ଭାରତ, ବ୍ରିଟେନ୍ ସହାୟତାରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧବିମାନ

Odisha Halchal

ପୁଲିସ ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଅଳଙ୍କାର ଲୁଟ

Odisha Halchal

Leave a Comment