ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ନୂଆ ଲୁକ୍‌ରେ ନଜର ଆସିଲେ ରଣଦୀପ୍‌ ହୁଡ୍ଡା

ନୂଆ ଲୁକ୍‌ରେ ନଜର ଆସିଲେ ରଣଦୀପ୍‌ ହୁଡ୍ଡା

ବଲିଉଡ ଜଣାଶୁଣା କଳାକାର ରଣଦୀପ ହୁଡା ତାଙ୍କ ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ସ୍ବତନ୍ତ୍ର ବୀର ସାବରକର ଫାଷ୍ଟ ଲୁକ୍‌ ରିଲିଜି ହୋଇଛି । ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି । ଏନେଇ ଫିଲ୍ମର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି।
.
ତରନ ଆଦର୍ଶ ଟ୍ୱିଟ୍ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ବୀର ସାବରକର ଜନ୍ମ ବାର୍ଷିକୀରେ ରଣଦୀପ ହୁଡାଙ୍କ ଫିଲ୍ମ ‘ସ୍ବତନ୍ତ୍ର ବୀର ସବରକର’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ଫିଲ୍ମ ପାଇଁ ହୁଡା ଖୁବ୍‌ ପରିଶ୍ରମ କରୁଛନ୍ତି। ସେ ନିଜର ଓଜନ ମଧ୍ୟ ହ୍ରାସ କରିଛନ୍ତି ।

ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ରଣଦୀପ ହୁଡା ଥିବା ବେଳେ ଏହାକୁ ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଏହି ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା ଦେଇଛନ୍ତି। ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ । ଏହି ଫିଲ୍ମଟି ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଆଲୋକିତ କରିବ

Related posts

ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ

Odisha Halchal

ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ, ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଛି: ମୁଖ୍ୟ ଶାସନ ସଚିବ

Odisha Halchal

ନବ ଗଠିତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥlର ପ୍ରଥମ ବୈଠକ

Odisha Halchal

Leave a Comment