ଓଡ଼ିଶା ଖବରନ୍ୟୁଜ୍

ନିଖୋଜ ବ୍ୟକ୍ତିକୁ ଖୋଜୁଛି ଅଗ୍ନିଶମ ବିଭାଗ

ନିଖୋଜ ବ୍ୟକ୍ତିକୁ ଖୋଜୁଛି ଅଗ୍ନିଶମ ବିଭାଗ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )କୋମନା ବ୍ଲକ ସ୍ଥିତ ଜଡମୁଣ୍ଡା ଗ୍ରାମପଞ୍ଚାୟତ ଅଧୀନସ୍ଥ ଇଛାପୁର ଗାଁରେ ଘଟିଯାଇଛି ଏକ ଶୋକାକୁଳ ପରିବେଶର ଘଟଣା. ପ୍ରାପ୍ତ ସୂଚନାମୁତାବକ ଇଛାପୁର ଗାଁର ବ୍ୟକ୍ତି ଜଣକ ହେଉଛନ୍ତି ଶ୍ୟାମସୁନ୍ଦର ମିର୍ଦ୍ଧା. ବୟସ ପାଖାପାଖି 50. ସେ ଗତ ବୁଧବାର ଦିନ ସକାଳ 9ଟା ସମୟରେ ଗାଈମଇଁଷି ଚରାଇବା ପାଇଁ ସୁନ୍ଦରନଦୀ ବନ୍ଧ ଆଡ଼କୁ ନେଇଯାଇଥିଲେ.ଡ୍ୟାମ ପାଖ 300ମିଟର ଦୂର ଜମିରେ କେତେକ ଲୋକ କାମ କରୁଥିଲେ।

ସେମାନେ ତାକୁ ଡ୍ୟାମ ଆଡେ ଗାଈମଇଁଷି ଧରି ଯାଉଥିବା ଦେଖିଥିଲେ. କିନ୍ତୁ ଶ୍ୟାମସୁନ୍ଦର କୁଆଡେ ଗଲେ ସେ ବିଷୟରେ ତଥ୍ୟ ତାଙ୍କ ପାଖରେ ନାହିଁ. ସନ୍ଧ୍ୟା ସମୟରେ ବ୍ୟକ୍ତି ଜଣକ ଘରକୁ ନ ଫେରିବାରୁ ତାକୁ ଖୋଜାଖୋଜି କଲେ. ଖୋଜାଖୋଜି କଲାପରେ ନ ପାଇବାରୁ ସେମାନେ ତରବୋଡ଼ ଥାନାରେ ଲିଖିତ ଅଭିଯୋଗ କଲେ।

ଜଡ଼ାମୁଣ୍ଡା ଗାଁର ପ୍ରଦୀପ ପ୍ରଧାନ ଅଗ୍ନିଶମ ବିଭାଗକୁ ଏ ବିଷୟରେ ଅବଗତ କଲେ. ତାପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଦୁଇ ଦିନ ହେଲା ଖୋଜିଲେଣି କିନ୍ତୁ କୌଣସି ସଦ୍ଧାନ ପାଇପାରୁନାହାନ୍ତି. ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି.ପ୍ରତ୍ୟେକ ମାନବ ଜୀବନ ରକ୍ଷା ସୃଷ୍ଟିର ନିୟମ ଅଟେ. ଅଗ୍ନିଶମ ବିଭାଗର ପ୍ରୟାସ ଜାରି ରହିଛି। ଦୁଇ ତିନି ଦିନ ଗଲାପରେ ଯଦି ପାଣିରେ ବୁଡ଼ି ଯାଇଛନ୍ତି ତେବେ ସଂଦ୍ଧାନ ନିଶ୍ଚୟ ମିଳିଯିବ। ଦେଖାଯାଉ କେତେଦିନ ଗଲାପରେ ବ୍ୟକ୍ତିର ସଂଦ୍ଧାନ ମିଳିବ ।

Related posts

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

Odisha Halchal

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

Odisha Halchal

ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ

Odisha Halchal

Leave a Comment