ଓଡ଼ିଶା ଖବରନ୍ୟୁଜ୍

ନିଆଁରେ ପୋଡ଼ି ମହିଳା ଗୁରୁତର

ନିଆଁରେ ପୋଡ଼ି ମହିଳା ଗୁରୁତର

ସମ୍ବଲପୁର :-(ରିପୋର୍ଟ:-ସତ୍ୟପ୍ରିୟ ମହାପାତ୍ର)ଜମନକିରା ବ୍ଲକ ଫାଶିମାଳ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଖବରରୁ ପ୍ରକାଶ ଯେ ଫାସୀମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲିଆଗୁଡା ଗ୍ରାମର ମହେନ୍ଦ୍ର ବାଞ୍ଛୋର୍ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି ବଞ୍ଚୋର୍ ରୋଷେଇ କରିବା ପାଇଁ ସକାଳୁ ଚୁଲି ଜଳାଉ ଥିଲେ ।

ଏହି ସମୟରେ ତାଙ୍କ ଶିଶୁ ପୁତ୍ର ଖେଳୁ ଖେଳୁ କୌଣସି କାରଣ ବଶତଃ ଚନ୍ଦ୍ରକାନ୍ତି ଶରୀର ଉପର କୁ ନିଆଁ ହୁଳା ଛିଟିକି ପଡ଼ିଥିଲା ଫଳରେ ଚନ୍ଦ୍ରକାନ୍ତି ଙ୍କ ଦେହରେ ନିଆଁ ଲାଗିଥିଲା ପରିବାର ଲୋକେ କୌଣସି ମତେ ନିଆଁ କୁ ଆୟତ କରି ତାଙ୍କୁ ଫାସୀମାଲ୍ ଡାକ୍ତରଖାନା କୁ ଆଣିଥିଲେ ହେଲେ ଡାକ୍ତର ହରିଶ୍ଚନ୍ଦ୍ର ବାଗ,ଏବଂ ଶିବରାମ କୋକ ପ୍ରାଥମିକ ଚିକିତ୍ସା କରି ବୁର୍ଲା ବଡ଼ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ।

ସୂଚନା ଥାଉ କି ପୀଡ଼ିତା ଙ୍କ ଶତକଡା ୮୦ ଭାଗ ଜଳି ଯାଇଥିବାରୁ ଏବଂ ଫାସୀମାଲ୍ ଡାକ୍ତରଖାନା ରେ ଗୁରୁତର ରୋଗୀ ପାଇଁ କୌଣସି ସୁବିଧା ନଥିବାରୁ ଡାକ୍ତର ବାଧ୍ୟ ହୋଇ ଅନ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରୁଛନ୍ତି , ଏ ସଂକ୍ରାନ୍ତ ରେ ଅଞ୍ଚଳ ବାସି ଅନେକ ଥର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଫଳରେ ଅନେକ ଗୁରୁତର ରୋଗୀ ସ୍ତାନାନ୍ତରିତ ସମୟରେ ମୃତ୍ୟୁ ମୁଖରେ ପଡ଼ୁଥିବା ନଜର କୁ ଆସିଛି,ତେଣୁ ବୁଦ୍ଧିଜୀବୀ ମହଲ ରେ ଆସୋନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Related posts

ପୁଟିନ୍ ନେଲେ ପ୍ରତିଶୋଧ: ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼

Odisha Halchal

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

Odisha Halchal

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ

Odisha Halchal

Leave a Comment