ଅପରାଧଓଡ଼ିଶା ଖବରନ୍ୟୁଜ୍

ନବଜାତ ଶିଶୁ ର ମୃତଦେହ ଉଦ୍ଧାର

ନବଜାତ ଶିଶୁ ର ମୃତଦେହ ଉଦ୍ଧାର

ନବରଙ୍ଗପୁର :-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଓ ନୂଆକୋଟ ଗାଁ ମଝିରେ ଥିବା ଏକ ପୋଖରୀ ରେ ଭାସୁଛି ନବଜାତ ଶିଶୁ ର ମୃତଦେହ l ଶିଶୁ ଟି କାହାର ଓ କେଉଁ ପରିସ୍ଥିତି ରେ ପୋଖରୀ ମଧ୍ୟକୁ ଆସିଲା ତାହାର ସଠିକ ଖବର ଏଯାବତ ମିଳିପାରିନାହିଁ l

ମୃତ ଶିଶୁ ର ପରିଚୟ ମିଳିପାରି ନଥିବା ବେଳେ ଅଲୋଡ଼ା ହୋଇ ପଡିଛି ଶିଶୁ l ସୂଚନା ମୁତାବକ ପ୍ରସବ ପରେ କେହି ଅମାନୁଷିକ ବ୍ୟକ୍ତି ଶିଶୁ ଟିକୁ ପୋଖରୀ ମଧ୍ୟରେ ଫୋପାଡ଼ି ଚାଲି ଯାଇଥିବାର ସନ୍ଦେହ କରା ଯାଉଛି l ସ୍ଥାନୀୟ ଲୋକେ ପ୍ରଥମେ ପୋଖରୀ ରେ ମୃତ ଶିଶୁ ଟିକୁ ଭାସୁଥିବା ଅବସ୍ଥା ରେ ଦେଖିଲା ପରେ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ l

ଖବର ପାଇ ମୈଦଲପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶିଶୁ ର ମୃତ ଦେହ କୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି l ଗତ 31 ତାରିଖ ଦିନ ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ଆଶ୍ରମ ସ୍କୁଲ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଯେଉଁଠାରେ ଏକ ନବଜାତ ଶିଶୁ କୁ ଲତା ବୁଦା ତଳୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା l

Related posts

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal

ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ ହାର ହ୍ରାସ କଲେ ୱାର୍ଲଡ ବ୍ୟାଙ୍କ

Odisha Halchal

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

Odisha Halchal

Leave a Comment