ଓଡ଼ିଶା ଖବରନ୍ୟୁଜ୍

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ହେଲିକପ୍ଟର ଯୋଗେ ଦିନିକିଆ କନ୍ଧମାଳ ଗସ୍ତରେ ଅଛନ୍ତି । ଜିଲ୍ଲାର ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ ଠାରେ ନିର୍ମାଣଧୀନ ସିଆରପିଏଫ କ୍ୟାମ୍ପରେ ଓହ୍ଲାଇ କାର୍ଯ୍ୟ ବୁଲି ଦେଖିଥିଲେ ।

ଏଥିସହ ସିଆରପିଏଫ. ଓ ଏସଓଜି ଜବାନମାନଙ୍କ ସହ ଆଲୋଚନା କରିବା ସହ ମାଓବାଦୀଙ୍କ ଉପରେ ସତର୍କ ନଜର ରଖିବା ସହ ନିଷ୍ଠା ଓ ଆନ୍ତରୀକତାର ସହ ସର୍ବଦା କାର୍ଯ୍ୟ କରିବା ଲାଗି ଡିଜିପି ସୁନୀଲ ବଂଶଲ ପରାମର୍ଶ ଦେଇଥିଲେ । ଡିଜିପିଙ୍କ ଉପସ୍ଥିତି ଜବାନମାନଙ୍କ ମନୋବଳ ବୃଦ୍ଧି ଦିଗରେ ସହାୟକ ହୋଇଥିଲା ।

ସେହିପରି ଡିଜିପି ବଂଶଲ ଗ୍ରାମବାସୀମାନଙ୍କ ସହିତ ମଧ୍ୟ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଗ୍ରାମବାସୀମାନେ ଡିଜିପିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଗ୍ରାମବାସୀଙ୍କୁ କମ୍ବଳ, ସାଲ, ଶାଢୀ, ଟି.ସାର୍ଟ, ଓ ଖେଳ ସାମଗ୍ରୀ ଆଦି ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜିପି ଆର କେ ଶର୍ମ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ କୁମାର ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷୀଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି ଅନିରୁଦ୍ଧ ସିଂ, ଏସପି ଭିନିତ ଅଗ୍ରୱାଲ, ଏସିଡିପିଓ ବାଲିଗୁଡା ଓ ଡେପୁଟି କମାଣ୍ଡଣ୍ଟ ସିଆରପିଏଫ ବାଲିଗୁଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ହାତୀଙ୍କ ପାଇଁ ଗାଁ ହେଲା ମଣିଷ ଶୂନ୍ୟ !

Odisha Halchal

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Odisha Halchal

ଦୀପ ନିଆଁ ରେ ପୋଡି ହୋଇ ଚାରି ଗୁରୁତର

Odisha Halchal

Leave a Comment