ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଟାହିଟାପରା ଉଜାଡ଼ି ଦେଲା ସଂସାର; ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ

ଟାହିଟାପରା ଉଜାଡ଼ି ଦେଲା ସଂସାର; ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ

ଟାହିଟାପରା ଉଜାଡ଼ି ଦେଲା ସଂସାର । ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ଗାଁରେ ଘଟିଛି। ନିର୍ବାଚନ ହାରିବା ପରେ ପ୍ରତିପକ୍ଷ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ଟାହିଟାପରା ସହି ନ ପାରି ଜୀବନ ହାରିଲେ ସ୍ୱାମୀ ରମାକାନ୍ତ ପରିଡ଼ା । ଏହା ସହ୍ୟ କରି ନ ପାରି ବିଷ ପିଇ ଦେଇଥିବା ସ୍ତ୍ରୀ ସୁମତି ପରିଡ଼ା ମଧ୍ୟ ଶେଷରେ ଆଜି ଆଖି ବୁଜିଲେ। ଦୀର୍ଘ ୧୦ ଦିନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସ୍ୱାମୀଙ୍କ ଦଶାହରେ ଆଖି ବୁଜିଦେଲେ ପତ୍ନୀ ।

ନିର୍ବାଚନ ଜିତିବା ପରେ ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ ବିଜୟ ଶୋଭାଯାତ୍ରା କରୁଥିଲେ। ଆଉ ସେହି ସମୟରେ କେତେକ କର୍ମୀ ରମାକାନ୍ତଙ୍କୁ ପରିହାସ କରିଥିଲେ। ଯାହାକୁ ନେଇ ପାଟିତୁଣ୍ଡ ଓ ଗାଳିଗୁଲଜ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ରମାକାନ୍ତ ଘରକୁ ଫେରି ସ୍ତ୍ରୀ ସୁମତୀ ସହ ପାଟିତୁଣ୍ଡ କରିଥିଲେ। ନିର୍ବାଚନରେ ହାରି ଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ। ଏହା ପରେ ରମାକାନ୍ତ ଶୋଇବା ଘରେ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ।

ସ୍ୱାମୀ ଝୁଲୁଥିବା ଦେଖି ସୁମତୀ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଏହା ଦେଖି ପରିବାର ଲୋକ ଓ ସାହିଭାଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମାକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁମତୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି।

Related posts

ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

Odisha Halchal

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରାଙ୍କୁ ଜେଲ

Odisha Halchal

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

Odisha Halchal

Leave a Comment