ଅପରାଧଓଡ଼ିଶା ଖବରନ୍ୟୁଜ୍

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ୯ଜଣ ଙ୍କୁ ଗିରଫ କଲା ପୋଲିସ୍‌

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ୯ଜଣ ଙ୍କୁ ଗିରଫ କଲା ପୋଲିସ୍‌

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ଏବେ ଗିରଫ ହୋଇଛନ୍ତି ସ୍ଥାନୀୟ ଲୋକମାନେ ଯେଉଁମାନେ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ମାଡ଼ ମାରିଥିଲେ ।

ଭେଟେଶ୍ୱର ଓ ବାଆଁଳୋଇ ଗାଁର ୯ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ୧୨ ତାରିଖରେ ବିଧାୟକ ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ।

ଏହା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲହୁଲୁହାଣ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

ପରେ ମେଡ଼ିକାଲରୁ ଡ଼ିସଚାର୍ଜ ହେବା ପରେ ଗିରଫ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡେଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ଖୋର୍ଦ୍ଧା ବାଣପୁର ବ୍ଲକ କାର‌୍ୟ୍ୟାଳୟ ନିକଟରେ ଘଟିଥିଲା ଏହି ଘଟଣା । ବିଧାୟକଙ୍କ ଗାଡି ଧକ୍କାରେ ଆହତ ହୋଇଥିଲେ ୨୫ ଜଣ ।

Related posts

ବିବାହ ବାର୍ଷିକୀରେ ବିଗ୍‌ ବି ସେୟାର କଲେ ପୁରୁଣା ଦିନର ଫଟୋ

Odisha Halchal

ବିଜେଡି ଚାପରେ ଗିରଫ କରାଯାଇଥିବା କହିଲେ ସୁବାସ ପାଣିଗ୍ରାହୀ,ମିଛଟାରେ ଗିରଫ କରାଯାଇଥିବା ମଧ୍ୟ ଅଭିଯୋଗ

Odisha Halchal

ଆଉ ୫ ଦିନ ପ୍ରଚଣ୍ଡ ତାତି, ରାଜ୍ୟରେ ହିଟ୍ ୱେଭ୍ ନେଇ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

Odisha Halchal

Leave a Comment