ଅପରାଧଓଡ଼ିଶା ଖବରନ୍ୟୁଜ୍

ଘଟଣାକୁ ଯେତେ ସମୟ ବିତୁଛି ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି

ଘଟଣାକୁ ଯେତେ ସମୟ ବିତୁଛି ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି

କେନ୍ଦ୍ରାପଡା:-(ରିପୋର୍ଟ -ଜନ୍ମେଜୟ ବିଶ୍ୱାଳ)ପିଙ୍କି ମୃତ୍ୟୁ ଘଟଣାକୁ ଯେତେ ସମୟ ବିତୁଛି। ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ପ୍ରଥମେ କୁହାଗଲା ଯେ ପିଙ୍କି ଟାହି ଟାପେରା ସହି ପାରିଲା ନାହିଁ ଜୀବନ ହାରି ଦେଲା। ଆଉ ଏବେ ଶୁଣିବାକୁ ମିଳୁଛି ପିଙ୍କି କୁଆଡେ ମଣ୍ଟୁକୁ ଭଲ ପାଉଥିଲା। ଉଭୟଙ୍କ ଭିତରେ ପ୍ରେମର ସମ୍ପର୍କ ଥିଲା। ଆଉ ମଣ୍ଟୁ କୁଆଡେ ପିଙ୍କି ସାଙ୍ଗର ଭାଇ ଯାହାକୁ ଭଲ ପାଉଥିଲା ପିଙ୍କି। କୁହାଯାଉଛି କି ଉଭୟଙ୍କ ଭିତରେ କିଛି ମନ ମନାନ୍ତର ହେବାରୁ ପିଙ୍କି କାଳେ ଜୀବନ ହାରି ଦେଇଛି।

ପୋଲିସ ପୂର୍ବରୁ ସରପଞ୍ଚ ଏବଂ ସମର୍ଥକ ଙ୍କୁ ଉଠାଇ ନେଇ ଥିବା ବେଳେ। ଏବେ ପିଙ୍କି ଭଲ ପାଉଥିବା ମଣ୍ଟୁ ଅଥାଚ୍ ପିଙ୍କି ସାଙ୍ଗର ଭାଇ ମଣ୍ଟୁକୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ। ଆଉ ଠିକ୍ ଏତିକି ବେଳେ ମଣ୍ଟୁ କୁଆଡେ ତା ଫୋନରୁ ସବୁ କଲ ହିଷ୍ଟ୍ରି କୁ ଡିଲେଟ କରିଦେଇଛି। ଆଉ ବିଶେଷ ସୂତ୍ରରୁ ଯେଉଁ ଖବର ମିଳୁଛି ପୋଲିସ କୁଆଡେ ମଣ୍ଟୁର ଫୋନକୁ ଆପିଏସାଲକୁ ପଠାଇବ। ଯେଉଁ ଠାରେ ତାର କଲ ହିଷ୍ଟ୍ରି ରିକଭରି ହେବ। ଏବଂ ମଣ୍ଟୁର କଲ ହିଷ୍ଟ୍ରି ଆସିବା ପରେ ହିଁ ଜଣାପଡିବ ଯେ ପିଙ୍କିର ପ୍ରକୃତ ମୃତ୍ୟୁର କାରଣ କଣ। ସେପଟେ କିନ୍ତୁ ପିଙ୍କିର ମୋବାଇଲ ମଧ୍ୟ ପୋଲିସ ପାଇ ନାହିଁ।

କୁହାଯାଉଛି କି କାଳେ ପିଙ୍କିର ମୋବାଇଲ ହଜି ଯାଇଛି। ଏଠି ପ୍ରଶ୍ନ ଉଠୁଛି ପିଙ୍କିର ମୋବାଇଲ ଯଦି ହଜିଯାଇଛି। ତେବେ ପିଙ୍କି କିଭଳି ଭାବରେ ମଣ୍ଟୁ ସହ କଥା ବର୍ତ୍ତା ହେଉଥିଲା। ନାଁ ପିଙ୍କିର ଫୋନକୁ କିଏ ଲୁଚାଇ ଦେଇଛି। ଏଠି କହି ରଖିବା ପାଇଁ ଚାହିଁବୁ ପିଙ୍କି ଜୀବନ ହାରିବା ଦିନ ତାଙ୍କ ମାଆଙ୍କ କହିବା କଥା ଯେ ତାଙ୍କ ମାଆ ପୂଜା କରିବା ପାଇଁ ଯାଇଥିଲେ। ଦୋକାନ ପୂଜା ସାରି ଘରକୁ ଫେରିବା ବେଳକୁ ଝିଅ ପିଙ୍କି ଜୀବନ ହାରି ଦେଇଥିଲା।

ଆଉ ଏହା ପରେ ସରପଞ୍ଚ ଏବଂ ସରପଞ୍ଚଙ୍କ ସମର୍ଥକ ନାଁରେ ଅଭିଯୋଗ ଆଣିଥିଲେ ପିଙ୍କିଙ୍କ ପରିବାର ଲୋକେ। ଆଉ ଏବେ ପିଙ୍କି ସାଙ୍ଗର ଭାଇ ମଣ୍ଟୁ ଅଥାଚ୍ ପିଙ୍କି ଯାହାକୁ ଭଲ ପାଉଥିଲେ ମଣ୍ଟୁକୁ ଥାନା ହାଜତରେ ରଖି ପଚରାଉଚରା କରୁଛି ପୋଲିସ। ତେବେ ପୋଲିସର ଅଧିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ପିଙ୍କି ମୃତ୍ୟୁର କାରଣ କଣ। ସରପଞ୍ଚ ଆଉ ତାଙ୍କ ସମର୍ଥକ ଙ୍କ ଟାହି ଟାପେରା ନାଁ ତାଙ୍କ ପ୍ରେମ ମଣ୍ଟୁ ପାଇଁ ସେ ନିଜ ଜୀବନ ହାରିଛନ୍ତି।

Related posts

କ୍ରିକେଟ୍‌ ଖେଳାଳିରୁ କୁଖ୍ୟାତ ଲୁଟେରା !

Odisha Halchal

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

ଚିକିତ୍ସାଳୟରେ ଡ଼ାକ୍ତରଙ୍କ ଅବହେଳା ଅଭିଯୋଗ

Odisha Halchal

Leave a Comment