ଓଡ଼ିଶା ଖବରନ୍ୟୁଜ୍

ଗୂଋବୁଢା ପର୍ବତ ଭାଲୁର ମୃତ ଦେହ ଉଦ୍ଧାର

ଗୂଋବୁଢା ପର୍ବତ ଭାଲୁର ମୃତ ଦେହ ଉଦ୍ଧାର

ବୌଦ୍ଧ:- କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତର ଗୂଋବୁଢା ପର୍ବତ ନିକଟରେ ଆଜି ଏକ ଭାଲୁର ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡୁଛି ଏହି ଭାଲୁ ଟି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଆନୁମାନ କରାଯାଉଛି।
କିନ୍ତୁ ଭାଲୁଟି ବିଦ୍ୟୁତ୍ ଆଘାତ ପାଇଲା କେଉଁଠୁ ?

ଯଦି ଭାଲୁ ଟି ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରୁଛି ପ୍ରଶାସନିକ ସ୍ତରରେ କଣ ପଦକ୍ଷେପ ନିଆଯାଉଛି?ସେ ସ୍ଥାନରେ ଯଦି କୌଣସି ହାତୀ କିମ୍ବା ମଣିଷ ମୃତ୍ୟୁବରଣ କରିଥାନ୍ତା ତାହେଲେ ବର୍ତ୍ତମାନ ଏହା ସମସ୍ତ ନ୍ୟୁଜ ଚ୍ୟାନେଲ ର ମୁଖ୍ୟ ବିଷୟବସ୍ତୁ ହୋଇଥାନ୍ତା। ଅର୍ଥାତ୍ ବନବିଭାଗ ମଣିଷ କି ହାତୀ ନ ମଲା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ପାରିବ ନାହିଁ।

ଏହା ହଉଛି ଆମ ବନବିଭାଗ ।ଉଦାହରଣ ଏବେ ବୌଦ୍ଧ ଜିଲ୍ଲାରେ ବିଗତ ଦୁଇ ମାସ ମଧ୍ୟରେ ୪୫୦୦ ହେକ୍ଟର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରି ସାରିଲେଣି, ନିହାତି ଭାବେ ସାଧୁବାଦ ।କିନ୍ତୁ ୬ ମାସ ପୂର୍ବରୁ ଜଙ୍ଗଲ ଜମି ନଷ୍ଟ କରି ଗଞ୍ଜେଇ ଚାଷ କରିବା ସମୟରେ ବନବିଭାଗ କୋଉଠି ଶୋଇଥିଲା ? ଏହି ବ୍ୟବସ୍ଥା ଉପରେ ତର୍ଜମା ନିହାତି ଆବଶ୍ୟକ।

Related posts

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

Odisha Halchal

୨୦୨୪ ସୁଦ୍ଧା ମାଲକାନଗିରିରି ଉଡିବ ବିମାନ

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

Leave a Comment