ଓଡ଼ିଶା ଖବରନ୍ୟୁଜ୍

ଗାଁ ବୁଲୁଛି କଲରାପତରିଆ ବାଘ, ଖାଇଲା ବଳଦ

ଗାଁ ବୁଲୁଛି କଲରାପତରିଆ ବାଘ, ଖାଇଲା ବଳଦ

ଗାଁରେ ବୁଲୁଛି କଲରାପତରିଆ ବାଘ। ରାତିରେ ସମସ୍ତେ ଶୋଇଗଲା ପରେ ଶିକାର କରୁଛି। ଗତକାଲି ରାତିରେ ଗୋଟିଏ ବଳଦକୁ ମାରି ଖାଇଥିବା ଜଣାଯାଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି।

ନୂଆପଡ଼ା ସଦର ରେଞ୍ଜ ଜାମୁ ସାଲେଭଟା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗତ ରାତିରେ ବାଘଟି ଗାଁ ଭିତରକୁ ଆସି ସୂର୍ଯ୍ୟକାନ୍ତ ମାଝି ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ବନ୍ଧାଯାଇଥିବା ବଳଦକୁ ଟାଣିଆଣି ମାରି ଖାଇ ଦେଇଛି। ଆଜି ସକାଳେ ପରିବାର ଲୋକେ ଗୁହାଳରେ ବଳଦକୁ ପାଇନଥିଲେ। ଖୋଜାଖୋଜି କରିବା ପରେ ଘରଠାରୁ ଅଳ୍ପ ଦୂରରେ ଥିବା ପଡ଼ିଆରେ ବଳଦର ମୃତଦେହ ପଡ଼ିଥିଲା।

ଏହାସହ ଗୁହାଳେ ବାଘର ପାଦ ଚିହ୍ନ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ବନ ବିଭାଗ ଖବର ଦେଇଥିଲେ। ବନ ବିଭାଗ ଗାଁରେ ପହଞ୍ଚି ତତନ୍ତ କରୁଛି। ଏହା ସହ ଗାଁକୁ ବାଘ ଆସୁଥିବାରୁ ସତର୍କ ରହିବାକୁ ଗ୍ରାମବାସୀ କୁହାଯାଇଛି। ଗାଁକୁ ବାଘ ଆସୁଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

Related posts

ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଓ ଆସବାପତ୍ର ନଷ୍ଟ

Odisha Halchal

ୱେବ୍‌ ଚ୍ୟାନେଲ ଅଫିସ ଭିତରେ ସେକ୍ସ ରାକେଟ

Odisha Halchal

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ

Odisha Halchal

Leave a Comment