ଓଡ଼ିଶା ଖବରନ୍ୟୁଜ୍

ଖପ୍ରାଖୋଲ ମହୋତ୍ସବ ଉଦଘାଟିତ୍

ଖପ୍ରାଖୋଲ ମହୋତ୍ସବ ଉଦଘାଟିତ୍

ଖପ୍ରାଖୋଲ :- (ରିପୋର୍ଟ:-ଅବିନାଶ ବିଶ୍ଵାଳ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମା ଠାରେ ଦ୍ଵିତୀୟ ଧନୁଯାତ୍ରା ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆୟୋଜକ କମିଟି ଓ ଗ୍ରାମ ବାସୀଙ୍କ ଦ୍ଵାରା ଇଷ୍ଟ ଦେବୀ ମା ଦୁମେରତଲିଏନ ଙ୍କ ଠାରେ ପୂଜା ପାଠ ସହ ମଶାଲ ଶୋଭା ଯାତ୍ରା ରେ କଂସ ଦରବାର ମଞ୍ଚରେ ପହଞ୍ଚି ପୂଜା କରି ନଡ଼ିଆ ଭାଙ୍ଗି ଥିଲେ

ଏହି ଅବସରରେ ଆୟୋଜକ କମିଟି ସଭାପତି ବିନୟକୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟଅତିଥି ରୂପେ ପାଟଣାଗଡ ଉପ-ଜିଲ୍ଲାପାଳ ଡ଼ା.ବିଜୟା ନନ୍ଦ ସେଠୀ ଯୋଗଦେଇ ଆନୁଷ୍ଠାନିକ ଭାବ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଡ଼ିଓ ରଶ୍ମିରଞ୍ଜନ ରାଉତ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଥାନା ଅଧିକାରୀ ରମାକାନ୍ତ ସାହୁ , ସରପଞ୍ଚ ବେଟିଖାଇ ସେନ୍ଦ୍ରୀଆ ଯୋଗ ଦେଇ ନିଜ ବକ୍ତବ୍ୟ ରଖି ଥିଲେ । ଉଦଘାଟନୀ ଉତ୍ସବକୁ ବଳଭଦ୍ର ଦାଶ ପରିଚାଳନା କରିଥିଲେ ।

କାର୍ଯକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପରେ କଂସ ଦରବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସଭାପତି ବୁଲୁ ପଣ୍ଡା , ଉପ-ସଭାପତି ଡୋଲାମଣି ଷାଣ୍ଢ , ରଞ୍ଜନ ସାହୁ , ଅରଖିତ ସାହୁ , ଆଶିଷ ଭୋଇ , ସନ୍ତୋଷ ପଧାନ , ବାଦଲ ଦଣ୍ଡସେନା , ରାମପ୍ରସାଦ ସାହୁ , ପଦ୍ମନାଭ ପଧାନ , ବିନୋଦ ସାହୁ , ସତ୍ୟ ବାଗ , ଉଧବ ମେହେର , ଦିଲୀପ ଗଡ଼ତ୍ୟା , ମନୋଜ ଦଣ୍ଡସେନା , ରୋହିତ ଶଗଡ଼ିଆ , ତେଜରାଜ ଦଣ୍ଡସେନା , ହରିବୋଳ ଦାସ , ରାଜୁ ବାରିକ , ଅନିଲ ସାହୁ , ସୁଶାନ୍ତ ପଧାନ , ଲଷ୍ମୀକାନ୍ତ ଦଣ୍ଡସେନା ଓ ଠଣ ସୁନ୍ଦର ସାହୁ ପ୍ରମୁଖ ମାଁ ଡୁମେରତଲେନ ଯୁବକ ସଂଘ ର ସଦସ୍ୟ ଉପସ୍ଥିତ ଥିଲେ ।

Related posts

ମହୁମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

Odisha Halchal

ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ

Odisha Halchal

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

Odisha Halchal

Leave a Comment