ନ୍ୟୁଜ୍ମନୋରଞ୍ଜନ

ଆମିଙ୍କ ସହ ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡିଥିଲେ ପ୍ରତୀକ ବବର

ଆମିଙ୍କ ସହ ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡିଥିଲେ ପ୍ରତୀକ ବବର

ବଲିଉଡ ଅଭିନେତା ପ୍ରତୀକ ବବର ଜୀବନରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି । ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲା । ଯେଉଁଥି ପାଇଁ ସେ ବିବାଦରେ ମଧ୍ୟ ଆସିଥିଲେ । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ ଖୁଲାସା କରିଛନ୍ତି । ଫିଲ୍ମ ‘ଏକ ଦିୱାନା ଥା’ ଫିଲ୍ମଟି ଫ୍ଲପ୍ ହୋଇଥିଲା । ହେଲେ ବାସ୍ତବ ଜୀବନରେ ଉଭୟଙ୍କ ପ୍ରେମ ବଢିଯାଇଥିଲା । କିନ୍ତୁ ହଠାତ୍ ଦୁହେଁ ଅଲଗା ହୋଇଗଲେ । ସେତେବେଳେ ପ୍ରତୀକ ବବର ଏବଂ ଆମି ଜ୍ୟାକସନଙ୍କ ବ୍ରେକଅପ୍ ବିଷୟରେ ଅନେକ ଖବର ଶୁଣିବାକୁ ମିଳିଲା ।

ଏକ ସାକ୍ଷାତକାରରେ ପ୍ରତୀକ ବବର ଏକ୍ ଦେୱାନା ଥା ଫିଲ୍ମ ବିଷୟରେ ଅନେକ ଆଲୋଚନା କରିଥିଲେ । ସେହି ସମୟରେ ଫିଲ୍ମର ହିରୋଇନ୍ ଆମି ଜ୍ୟାକସନଙ୍କ ନାମ ମଧ୍ୟ ନେଇଥିଲେ। ସେ କହିଥିଲେ, ‘ଏହା ଏକ ଭଲ ଫିଲ୍ମ ଥିଲା କିନ୍ତୁ ତା’ପରେ ମୁଁ ଆମିର ପ୍ରେମରେ ପଡିଯାଇଥିଲି ଏବଂ ଏହା ପରେ ସବୁକିଛି ଖରାପ ହୋଇଗଲା । ଯାହାକୁ ମୁଁ ଏହାକୁ ଏତେ ସହଜ କହିପାରିବି । ଏହା ସହ କହିଛନ୍ତି କି ଆମି ଜ୍ୟାକସନଙ୍କ ସହ ବ୍ରେକଅପ୍ ପରେ ସେ ବହୁତ ଭାଙ୍ଗି ଯାଇଥିଲେ। ତେବେ କହିବାକୁ ଗଲେ ଫିଲ୍ମ ଏକ ଦେୱାନା ଥା ସେଟ୍‌ରୁ ହିଁ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ଯେତେବେଳେ ମୋର ହୃଦୟ ଭାଙ୍ଗିଗଲା, ମୋର ଖରାପ ସମୟ ମଧ୍ୟ ଆରମ୍ଭ ହେଲା। ୨୫ ବର୍ଷ ବୟସରେ ଏଭଳି ଘଟିବା ପରେ ମୁଁ ପୁଣି ଗାୟବ ହୋଇଯାଇଥିଲି ।

Related posts

ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Odisha Halchal

ଦାଦାବଟି ମାଗି ଗିରଫ

Odisha Halchal

ଆଜି ଦୋଳ ପୂର୍ଣ୍ଣିମା

Odisha Halchal

Leave a Comment