ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ଆଉ ଜଣେ ବଲିଉଡର ବରିଷ୍ଠ ଅଭିନେତା। ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଥିଲେଶ ଚର୍ତୁବେଦୀଙ୍କ ଦେହାନ୍ତ ହୋଇଛି। ଗତକାଲି ଅର୍ଥାତ ବୁଧବାର ରାତିରେ ମିଥିଲେଶଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ହେବ ହୃଦୟ ଜନିତ ରୋଗ ସହ ଲଢେଇ କରୁଥିଲେ । ତେବେ ଗତକାଲି ଲକ୍ଷ୍ନୌରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ।

ଖବର ଅନୁଯାୟୀ ଗତକାଲି ରାତିରେ ତାଙ୍କର ହୃଦଘାତ ଘଟିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ହୃଦଘାତରେ ଯୋଗୁ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ଜ୍ୱାଇଁ ଆଶୀଷ ଚର୍ତୁବେଦୀ ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ମିଥିଲେଶଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଛି। ମିଥିଲେଶ ଚତୁର୍ବେଦୀ ତାଙ୍କ କ୍ୟାରିୟରରେ ଅନେକ ବଡ ବଡ ଏବଂ ସୁପରହିଟ୍‌ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସନ୍ନି ଦେଓଲଙ୍କ ‘ଗଦର: ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହରୁଖ ଖାନଙ୍କ ‘ଅଶୋକା’, ‘ତାଲ’, ‘ବଣ୍ଟି ଅର ବବଲି’ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ମିଥିଳେଶ। କିନ୍ତୁ କୋଇ ମିଲଗୟାରେ ତାଙ୍କ ଅଭିନୟ ଥିଲା ବେଶ ବଳିଷ୍ଠ।

ସୂଚନା ମୁତାବକ, ମିଥିଲେଶଙ୍କୁ କିଛି ଦିନ ପୂର୍ବେ ‘ଟଲ୍ଲି ଯୋଡି’ ନାମକ ଏକ ୱେବ୍‌ ସିରିଜ୍‌ରେ କାମ ମିଳିଥିଲା। ଏହି ସିରିଜରେ ତାଙ୍କ ମାନିନି ଦେ ନଜର ଆସିଥାଆନ୍ତେ। ବଲିଉଡ ଫିଲ୍ମ ସମେତ ମିଥିଲେଶ ଥିଏଟର୍‌ରେ ମଧ୍ୟ କାମ କରିଛନ୍ତି।

Related posts

କପି ରୋକିବାରୁ ମାଡ଼ ମାରିଥିଲେ ଦୁର୍ବୃତ୍ତ

Odisha Halchal

ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

Odisha Halchal

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

Odisha Halchal

Leave a Comment